ଦି ଦିବସୀୟ ବୌଦ୍ଧ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଉଦଘାଟିତ

ଆଜତକ ଓଡ଼ିଶା
0

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ଦି ଦିବସୀୟ ବୌଦ୍ଧ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଉଦଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଇ ଦୁବେ ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗା ଚରଣ ପ୍ରଧାନ,ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ବ୍ଲକ୍ ସ୍ତରୀୟ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ର ତିନୋଟି ବ୍ଲକରୁ ଯଥାକ୍ରମେ ବୌଦ୍ଧ ବ୍ଳକରୁ ୧୦୬, କଣ୍ଟାମାଳ ବ୍ଲକରୁ ୧୧୬,ହରଭଙ୍ଗା ବ୍ଲକ ରୁ୧୦୪ ଜଣ ପ୍ରତିଯୋଗୀ ଖୋକୋ, ଯୋଗ,,ଉଚ୍ଚ ଡିଆଁ ,ଲମ୍ବ ଡିଆଁ,ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନେ ଉପସ୍ଥିତ ରହି ସୁଚାରୁ ରୂପେ ସମ୍ପାଦନା କରିଥିଲେ।ଶିକ୍ଷକ ପ୍ରମୋଦ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପରିଶେଷରେ ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ମହାକୁଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default