ସିନ୍ଧେକେଲା, ୩୧/୧୦ (ଦିନେଶ ଜୈନ) - ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଜୟ ମାଁ ଦ୍ୱାରସେହ୍ନି ଇଂଲିଶ ମିଡିୟମ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଭୁସଲାଡ଼ ଭୀମଭୋଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ସନ୍ତୋଷ ମିଶ୍ର ଯୋଗଦେଇ ମାଁ ଦ୍ୱାରସେହ୍ନି ଛବିରେ ଦୀପ ପ୍ରଜ୍ବଳନ ତଥା ଫିତା କାଟି ଉକ୍ତ ବିଜ୍ଞାନ ମେଳାର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ସ୍କୁଲ ପରିଚାଳନା ସମିତି ସଭାପତି ସୁରିୟା ସାହୁ , ନିର୍ଦ୍ଦେଶକ ଗଣପତି ସାହୁ , ବିଦ୍ୟାଳୟ ପ୍ରତିଷ୍ଠାତା ଅନିଲ ଜୈନ , ବଲାଙ୍ଗୀର ସାଂସଦ ପ୍ରତିନିଧି ଅନିଲ ନାଏକ , ସାମ୍ବାଦିକ ଦିନେଶ ଜୈନ , ଅଵସର ପ୍ରାପ୍ତ ଶିକ୍ଷକ ବିଦ୍ୟାଭୂଷଣ ନାଏକ , ଗୋପୀ ସାହୁ , ନଳିନୀ ପ୍ରଭା ତାଣ୍ଡିଆ , ମିନୀକେତନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଜ୍ଞାନ ମେଳା ପ୍ରକଳ୍ପ ପ୍ରଦର୍ଶିତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।
ଉକ୍ତ ବିଜ୍ଞାନ ମେଳାରେ ୧୭ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ବିଚାରକ ଭାବେ ସିନ୍ଧେକେଲା ପଲ୍ଲି ଶ୍ରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶୁଭ୍ରଜିତ ମିଶ୍ର ଓ ହେରାମ ମେହେର ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ପ୍ରଶଂସା କରିଥିଲେ । ପ୍ରତିଯୋଗିତାରେ ଛାତ୍ରୀ ଅର୍ଥବ ସାହୁ ପ୍ରଥମ , ଶ୍ରେୟାନ୍ସ ଅଗ୍ରୱାଲ ଦ୍ଵିତୀୟ , ରିୟାନ୍ସ ବଛା ତୃତୀୟ ସ୍ଥାନ ହାସଲ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ନିତେସ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ମାନସ ସାହୁ , ହିମାଂଶୁ ସାହୁ , ସୀମାଞ୍ଚଳ ସାହୁ , ଶିକ୍ଷୟିତ୍ରୀ ପ୍ରତିମା ଷଡ଼ଙ୍ଗୀ , ସୌଭାଗ୍ୟ ସାହୁ , ସୁଜାତା ସିହ୍ନା , ରଞ୍ଜିତା କୁମାରୀ ଦୁବେ , ସସ୍ମିତା ନାଗ , ଅଙ୍କିତା ପଣ୍ଡା , ସେଫାଳି ସିଂଦେଓ , ବୈଶାଖୀ ସାହୁ , ଆରତୀ ବେହେରା , ଶିକ୍ଷା କର୍ମଚାରୀ ଅନିତା ସାହୁ , ପୁଷ୍ପା ପୁଟେଲ , ସୁଧାଂଶୁ ଛୁରା , ଗୁରେଖ ମହାନନ୍ଦ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ଥିଲେ ।


