ୟୁକୋ ବ୍ୟାଙ୍କ୍‌ ପକ୍ଷରୁ ଵାକାଥନ୍‌

ଆଜତକ ଓଡ଼ିଶା
0

ବାଲେଶ୍ବର, ୩୧/୧୦ (ଲକ୍ଷ୍ମୀଧର ବାରିକ) : ୟୁକୋ ବ୍ୟାଙ୍କ୍‌ ଜୋନାଲ୍‌ ଅଫିସ୍‌ ବାଲେଶ୍ବର ପକ୍ଷରୁ ଆଜି ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କ୍‌ ପକ୍ଷରୁ ଏକ ଵାକାଥନ୍‌ ଆୟୋଜିତ ହୋଇଥିଲା। ପୁଲିସ ଲାଇନ୍‌ ଛକ ଠାରୁ ଵାକାଥନ୍‌ ଆରମ୍ଭ ହୋଇ ଏଫ୍‌ଏମ୍‌ ଗୋଲୋଇ ପର୍ଯ୍ୟନ୍ତ ଯାଇଥିଲା। ଦୁର୍ନୀତି ନିବାରଣ କରିବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ଜୋନାଲ୍‌ ମ୍ୟାନେଜର୍‌ ସୁଦୀପ ଡାକୁଆ କହିଥିଲେ। ଡେପୁଟି ଜୋନାଲ୍‌ ହେଡ୍‌ ମୟଙ୍କ୍‌ ଅଗ୍ରଵାଲ୍‌, ବାଲେଶ୍ବର ଏଲ୍‌ଡିଏମ୍‌ ମୋତି ଶା’, ମୁଖ୍ୟାଳୟର ଦୁର୍ନୀତି ନିବାରଣ ଅଧିକାରୀ ଚିନ୍ମୟ ଗର୍ତିଆ ଓ ଶ୍ରୀଚରଣ ରଣା ଉପସ୍ଥିତ ଥିଲେ। ଦୁର୍ନୀତି ନିବାରଣ ଅଧିକାରୀ ସୁବ୍ରତ ମହାକୁଲ, ରିସୋର୍ସ ଅଧିକାରୀ ପ୍ରେମପ୍ରସନ୍ନ ଦାସ, ସିଏମ୍‌ଆର୍‌ ବିଶ୍ବଜିତ ଶତପଥୀ, ମୁଖ୍ୟ ପରିଚାଳକ ନାଗେଶ୍ବର ରାଓ ଓ ପ୍ରଭୁପାଦ ପୁରୋହିତ, ଗଣେଶ୍ବରପୁର ଶାଖା ମୁଖ୍ୟ ପବିତ୍ର ପ୍ରଧାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବାଲେଶ୍ବର ମୁଖ୍ୟ ଶାଖା ସହ ଆଜିମାବାଦ, ଗଣେଶ୍ବରପୁର, ଶେରଗଡ଼ ଓ ବିର୍ଲା ଟାୟାର୍‌ ଶାଖାର କର୍ମଚାରୀ ଏହି ଵାକାଥନ୍‌ରେ ସାମିଲ ହୋଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default