ବାଲେଶ୍ୱର,୯/୨(ଲକ୍ଷ୍ମୀଧର ବାରିକ): ବାଲେଶ୍ୱର ଜିଲ୍ଲାର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଉପାଧ୍ୟକ୍ଷ ତଥା ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଡକ୍ଟର ସନ୍ତୋଷ କୁମାର ରାଉତଙ୍କୁ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ନୀଳମଣି ମହାବିଦ୍ୟାଳୟ, ରୂପସାର ଅଧକ୍ଷ ଡକ୍ଟର ତପନ କୁମାର ବେହେରା ଶ୍ରେଷ୍ଠ ଜିଲ୍ଲା ସଂଯୋଜକ ସମ୍ମାନରେ ଭୂଷିତ କରିଛନ୍ତି। ୨୦୧୭ ମସିହା ରୁ ଆଜି ପ୍ରଯ୍ୟନ୍ତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟରେ ସେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟକରି ରାଜ୍ୟ ସ୍ତରରେ ଜିଲ୍ଲା ପାଇଁ ଅନେକ ଗୌରବ ଆଣିଛନ୍ତି। ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀ,ମାଷ୍ଟର ଟ୍ରେନର ଓ ଅଧ୍ୟାପକ,ଅଧ୍ୟାପିକା ଏବଂ ଅଧକ୍ଷ ମାନେ ରାଜ୍ୟ ସ୍ତରରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ସହଯୋଗରେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ଅନେକ ମହାବିଦ୍ୟାଳୟରୁ ଛାତ୍ରୀ ମାନେ ଉତ୍କଳ କରାଟେ ସ୍କୁଲ,ଭୁବନେଶ୍ୱରରୁ ଟ୍ରେନିଂ ନେଇ ମାଷ୍ଟର ଟ୍ରେନର ଭାବେ ଜିଲ୍ଲାର ମହାବିଦ୍ୟାଳୟ ଗୁଡିକରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଦେଉଛନ୍ତି। ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୟରେ ଡକ୍ଟର ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ବାରମ୍ବାର ଯାଞ୍ଚ କାର୍ଯ୍ୟକ୍ରମ ଯୋଗୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧିକ କ୍ରିୟାଶୀଳ ଓ ସମ୍ପ୍ରସାରିତ ହେବା ସହିତ ରାଜ୍ୟ ସ୍ତରର ତାଲିମ ପ୍ରକ୍ରିୟା କୁ ଅଧିକ ସଫଳ ହେବାରେ ନୂଆ ଉଦାହରଣ ସୃଷ୍ଟି କରିଛି।

Post a Comment