ସିନ୍ଧେକେଲାକୁ ସ୍ୱତନ୍ତ୍ର ବ୍ଲକ ମାନ୍ୟତା ଦାବି ଉପସ୍ଥାପନ କୁ ନେଇ ସଂକଳ୍ପ ସଭା , ଜନ ପ୍ରତିନିଧି , ସମାଜସେବୀ , ରାଜନୈତିଜ୍ଞ , ସାମ୍ବାଦିକ , ବ୍ୟାପାରି ସମସ୍ତେ ସାମିଲ


ସିନ୍ଧେକେଲା (ଦୀନେଶ ଜୈନ) ରାଜ୍ୟ ସରକାର ପକ୍ଷରୁ ଓଡ଼ିଶାରେ ବ୍ଲକ ପୁନର୍ଗଠନ ର ଆଭାସ ମିଳିବା ପରେ ବିଗତ ଦିନରେ ସିନ୍ଧେକେଲାରେ ବଣିକ ସଙ୍ଘର ଆହ୍ୱାନ କ୍ରମେ ବ୍ଲକ ମାନ୍ୟତା ପାଇଁ ଦାବିପତ୍ର ରାଜସ୍ୱ ନିରୀକ୍ଷକଙ୍କୁ ପ୍ରଦାନ କରାଯାଇଛି ।କିନ୍ତୁ ବର୍ତ୍ତମାନ ବିଧାୟକ ଠାରୁ ଆରମ୍ବ କରି ମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ପହଞ୍ଚି ସ୍ୱତନ୍ତ୍ର ବ୍ଲକ ମାନ୍ୟତା ଦାବି ଉପସ୍ଥାପନ କରିବା ପାଇଁ ଏକ ବିରାଟ ବୈଠକ ସ୍ଥାନୀୟ ମାଁ ଦ୍ୱାରସେହ୍ନି ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଭୋଲାନାଥ ବେହେରା ଓ ସାଂସଦ ପ୍ରତିନିଧି ଅନିଲ ନାଏକଙ୍କ ଆହ୍ୱାନ କ୍ରମେ ତଥା ସମାଜସେବୀ ନରେଶ ବର୍ମା ଙ୍କ ସଭାପତିତ୍ୱରରେ ଆୟୋଜିତ ବୈଠକରେ ସିନ୍ଧେକେଲା ଜୋନର ବିଭିନ୍ନ ପଞ୍ଚାୟତ ସମେତ କେତେକ ପଡୋଶୀ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ , ଜନ ପ୍ରତିନିଧି , ରାଜନୀତିଜ୍ଞ , ସମାଜସେବୀ , ବିଭିନ ଅନୁଷ୍ଠାନର ସଦସ୍ୟ , ବ୍ୟାପାରି ଆଦି ସାମିଲ ହୋଇ ସିନ୍ଧେକେଲା ବ୍ଲକ ପାଇଁ ଉପଯୁକ୍ତ ବୋଲି ମନ୍ତବ୍ୟ ଦେବା ସହ ବ୍ଲକ ମାନ୍ୟତା ଦାବି ଉପସ୍ଥାପନ ରେ ସେମାନେ ଧନ ଜନ ମନ ବଳ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । କେତେକ ବ୍ୟକ୍ତି ବ୍ଲକ ମାନ୍ୟତା ପାଇଁ ଦରକାର ପଡ଼ିଲେ ରକ୍ତଦାନ , ଜୀବନ ଆଦି ଦେବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ । ବ୍ଲକ ଦାବି ଉପସ୍ଥାପନର ନେତୃତ୍ୱ ପାଇଁ ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ ସଭାପତି , ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରାଙ୍କୁ କାର୍ଯ୍ୟକାରୀ ସଭାପତି ଓ ସାଂସଦ ପ୍ରତିନିଧି ଅନିଲ ନାଏକଙ୍କୁ ସାଧାରଣ ସମ୍ପାଦକ ଭାବେ ତିନି ଜଣଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଗଲା । ସେମାନେ କମିଟି ଗଠନ କରି କମିଟିରେ କାର୍ଯ୍ୟକାରିଣୀ ସଦସ୍ୟ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ସାମିଲ କରିବେ । ଶେଷରେ ବ୍ଲକ ମାନ୍ୟତା ଦାବିରେ ସମସ୍ତେ ଏକଜୁଟ ହୋଇ ନିଜ ହୃଦୟ ସହିତ ସହଯୋଗ କରିବେ ବୋଲି ମାଁ ଦ୍ୱାରସେହ୍ନି ଦେବୀଙ୍କୁ ସାକ୍ଷୀ ରଖି ସଂକଳ୍ପ ନେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ନାଏକ , ପୂର୍ବତନ ସରପଞ୍ଚ ରାଜା ଥନାପତି , ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ସହ ସମ୍ପାଦକ ଅନିଲ ତ୍ରିପାଠୀ , ପୂର୍ବତନ ସଭାପତି ସରୋଜ ଜୈନ , ବରିଷ୍ଠ ନେତା ଉମାକାନ୍ତ ସାହୁ , ଅବସର ପ୍ରାପ୍ତ ଶିକ୍ଷକ ନୀଳକଣ୍ଠ ତ୍ରିପାଠୀ , ପୂର୍ବତନ ସମିତି ସଭ୍ୟ ବିସମ୍ବର ସାହୁ , ପୂର୍ବତନ ବିଜେପି ମଣ୍ଡଳ ସଭାପତି ମୁନିରାମ ନାଗ , ପୂର୍ବତନ ସମ୍ପାଦକ କହ୍ନେୟା ଜୈନ , ଦୁର୍ଗାପୂଜା କମିଟ ସଭାପତି ନରେଶ ରଣା , ରାଜ ପୁରୋହିତ ଆଚାର୍ୟ ଉମାଶଙ୍କର ତ୍ରିପାଠୀ , ଜଗନ୍ନାଥ ବେହେରା , ହେମନ୍ତ ସାହୁ , ବିନୋଦ ସରାଫ , ପରମା ସାହୁ , ପପୁ ସାହୁ , ମନୋଜ ଅଗ୍ରୱାଲ , ନିରାକାର ରଣା , ତୁଳସୀ ସୁନା , ସାହୁ ସମାଜ ର ଓମ ସାହୁ , ପବିତ୍ର ରଣା , ଗଣପତ୍ ଜୈନ , ପୂର୍ଣ୍ଣ ଦାସ , ବୈକୁଣ୍ଠ ସାହୁ , ଚନ୍ଦନ ସିଂଦେଓ , ଉପଦେଷ୍ଟା ହରିହର ସାହୁ , ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ , ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ , ଝଲପ ସରପଞ୍ଚ ପ୍ରତିନିଧି ଗୋବିନ୍ଦ ପୁଟେଲ , ଅରସାତୁଲା ସରପଞ୍ଚ ପ୍ରତିନିଧି ସଞ୍ଜୟ ପୁଟେଲ , ସମିତି ସଭ୍ୟ ରାଜୁ ହାତୀ , ଗରିବ ସେନା ସଭାପତି ଦିନେଶ ତାଣ୍ଡି , ନୀଳକଣ୍ଠ ବାରିକ , ବଂଶୀଧର ବାଗ , ହେରମ ଜାଲ , ଜୟନ୍ତୀଲାଲ ସାହୁ , ବାବୁଲି ପୁଷ୍ଟି , ହରିଶ୍ଚନ୍ଦ୍ର ତାଣ୍ଡି , ରାଜିନ୍ଦ୍ର ଛୁରା , ଅନିଲ ଜୈନ ଅଖିଳ ପଣ୍ଡା , ଲକ୍ଷଣ ପୁଟେଲ , ଅନିଲ ଜୈନ , ଆର୍ତ୍ତ ସାହୁ , ମନ ଦାସ , ସାମ୍ବାଦିକ ଦିନେଶ ଜୈନ , ଅଭିମନ୍ୟୁ ବହିଦାର , ସୁଶାନ୍ତ ଥନାପତି ପ୍ରମୁଖଙ୍କ ସହ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ ।

Post a Comment

Previous Post Next Post