ରକ୍ଷକ ସାଜିଲେ ରେଡକ୍ରସ କର୍ମୀ


ସୋନପୁର : (ଆଜତକ୍ ଓଡ଼ିଶା) ଜାତୀୟ ରାଜପଥ-୨୬ ରେ ଗତ ଅପରାହ୍ନ ସମୟରେ ବିଜେପୁର ବ୍ଲକ ପୁଟୁକିଗ୍ରିଞ୍ଜେଲ ଗ୍ରାମର ହରିବୋଲ ବାଗ (୫୫)ମଟରସାଇକେଲ ଯୋଗେ ଡୁଙ୍ଗୁରିପାଲିରୁ ବରପାଲି ଯାଉଥିବା ସମୟରେ ଅପର ପାର୍ଶ୍ଵ ରୁ ବରଗଡ଼ ନିବାସୀ ରାଜେଶ ସାହୁ (୨୬)ନିଜ କାର୍ ଯୋଗେ ବରଗଡ଼ ରୁ ଟିଟିଲାଗଡ଼ ଯାଉଥିବା ସମୟ ରେ ଖୁଣ୍ଟପାଲି ନିକଟରେ ଧକ୍କା ହେବାରୁ ହରିବୋଲ ବାଗ ମଟରସଇକେଲ ସହ ରାସ୍ତା ତଳକୁ ଛିଟିକିପଡ଼ିଥିଲେ ଓ ରାଜେଶ ସାହୁ ନିୟନ୍ତ୍ରଣ ହରାଇ ରାସ୍ତା କଡ ଖୁଣ୍ଟ ରେ କାର ବାଡେଇ ହେବାରୁ ରାଜେଶଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ସେହି ରାସ୍ତା ଦେଇ ବିଦ୍ୟାଳୟରୁ ଘରକୁ ଫେରୁଥିବା ରେଡକ୍ରସ କର୍ମୀ ତଥା ରକ୍ଷକ ଟ୍ରେନର ହେମନ୍ତ କୁମାର ସାମଲ ଘଟଣା ସ୍ଥଳକୁ ଯାଇ ପ୍ରଥମେ ପ୍ରାଥମିକ ସହାୟତା ଦେବା ସହ ଆମ୍ବୁଲାନ୍ସ ସେବା ଯୋଗେ ସମାଜସେବୀ ବିଭୂଦତ୍ତ ବିଶ୍ଵାଳଙ୍କ ସହଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ । ଡ଼ାକ୍ତରୀ ଚିକିତ୍ସା ସମୟରେ ପରିବାର ତଥା ସମ୍ପର୍କକୀୟ ଆସି ପହଁଚି ଥିଲେ । ଖବର ଲେଖା ବେଳକୁ ରାଜେଶର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Post a Comment

Previous Post Next Post