ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ


ବେଲପଡା : ୩୧/୧୦ (ଗଣେଶ ଦାସ) ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରସିଂ ଦ୍ୱାରା ବଲାଙ୍ଗିର ଜିଲ୍ଲାର ବିକାଶ ପାଇଁ ୧୫୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୯୧୧ ଟି ପ୍ରକଳ୍ପର ଶୁଭାରମ୍ବ ମଙ୍ଗଳବାର କରିଛନ୍ତି । ଏନେଇ ବେଲପଡା ଡ଼ିଆର ମେହେର ହାଇସ୍କୁଲ ଖେଳ ପଡିଆ ଠାରେ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଭିଡିଓ କନଫରସିଂ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓ 5-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବେଲପଡା ବ୍ଲକକୁ ବିଭିନ୍ନ ପ୍ରକଳ୍ପ ପାଇଁ ୧୨ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା , ଜିଲ୍ଲା ପରିଷଦ ସଭ୍ୟା, ମିଶନ ଶକ୍ତି, ଅଙ୍ଗନୱାଡି କର୍ମୀ, ସହାୟିକା, ସ୍ୱୟଂ ସହାୟକ ଗୋଷ୍ଠି ଉପସ୍ଥିତ ରହି ହୁଳହୁଳି, କରତାଳି ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବେଲପଡା ବିଡ଼ିଓ, ବ୍ଲକ ଅଧ୍ୟକ୍ଷl ନିର୍ବାଚିତ ସମସ୍ତ ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇଥିଲେ । ଅନ୍ୟୁନ୍ୟ ୩ ହଜାରରୁ ଉର୍ଦ୍ଧ ପୁରୁଷ ମହିଳା ଉପସ୍ଥିତ ଥିବା ବେଳେ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ସୁବ୍ୟବସ୍ଥା କରିଥିବାରୁ ଓ ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସାଧାରଣରେ ପ୍ରଶଂସିତ ହେଇଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Post a Comment

Previous Post Next Post