ବାଲିଆପାଳରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୋଭାରମ୍ଭ


ବାଲିଆପାଳ, ୩୧/୧୦ (ପ୍ରଭାକର ମଲ୍ଲିକ) ବାଲିଆପାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୋଭାରମ୍ଭ ହୋଇଛି।ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ ଭରଚୁଆଲ ମୁଡରେ ଏହାକୁ ଉଦଘାଟନ କରିଥିଲେ।୪୪୬୫ ଗୋଟି ଉନ୍ନୟନ ପ୍ରକଳ୍ପ ପାଇଁ ୧୭୮ କୋଟି ଟଙ୍କା ଏଥିପାଇଁ ବିନିଯୋଗ ହେବ।ବାଲିଆପାଳ ବ୍ଳକରେ ପ୍ରତି ପଞ୍ଚାୟତ ପାଇଁ ଭିନ୍ନ ଭିନ୍ନ ପ୍ରକଳ୍ପ ପାଇଁ ୫୦ ଲକ୍ଷ କରି ବିନିଯୋଗ କରାଯିବ।ବାଲିଆପାଳ ବ୍ଳକରେ ୩୫୧ ଟି ପ୍ରକଳ୍ପ ପାଇଁ ୧୪ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ,ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟ କାରୀ ସଭାପତି ସୁବାସିନୀ ଜେନା , ଜିଲ୍ଲା ପରିଷଦ ସଭ୍ୟ ବେଣୁଧର ଜେନା ,ନିଶା କର ସେଠୀ ,ପ୍ରତିନିଧି ସୁନୀଲ କୁମାର ଜେନା , ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ , ବୁଦ୍ଧି ଜୀବୀ ,ଯୁବ ଛାତ୍ର , ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Post a Comment

Previous Post Next Post