ବୌଦ୍ଧ,(ହୃଦାନନ୍ଦ ମେହେର) ଆଜି ବୌଦ୍ଧରେ ନୂତନ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭାବେ ହେମନ୍ତ ବେହେରା ଯୋଗଦାନ କରିଛନ୍ତି । ସେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ ପତ୍ର ଦେଇଛନ୍ତି । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଜ଼ିଲ୍ଲା ର ସଂସ୍କୃତି ଏବଂ ଐତିହ୍ୟ ଉପରେ ବିଶେଷ ଧ୍ୟାନ ଦେଇ ଆଗ୍ରହ ଏବଂ ଉତ୍ସାହ ର ସହିତ କାମ କରିବାକୁ ପରାମର୍ଶ ଦେଇଥିଲେ । ପରେ ଶ୍ରୀ ବେହେରା ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ଙ୍କୁ ସାକ୍ଷାତ କରି ଜ଼ିଲ୍ଲା ର ସଂସ୍କୃତି ବିଷୟ ରେ ଆଲୋଚନା କରିଥିଲେ । ତାଙ୍କ ସହ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment