ବାଲେଶ୍ଵର,୩୦/୭ (ଲକ୍ଷ୍ମୀଧର ବାରିକ): ଖଇରା ଥାନା ଡାଲଙ୍ଗ ପଞ୍ଚାୟତ ଅଧିନ ଡାଲଙ୍ଗ ମାଣିକୁରାଢ଼ିଆ ଗ୍ରାମର ଗତ ୨୮ ତାରିଖରେ ଶିଆଳ କାମୁଡ଼ାରେ ୩ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ୫ଜଣ ଆହତ ହୋଇଥିବା ପରିବାରକୁ ଭେଟି ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିବା ସହିତ ସହାୟତାର ହାତ ବଢାଇଲେ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ।୨୮ତାରିଖ ଦିନ ଡାଲଙ୍ଗ ମାଣିକୁଢ଼ାରିଆ ଗ୍ରାମକୁ ଏକ ପାଗଳା ଶିଆଳ ପସିଆସିବା ସହିତ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଗୁଡ଼ାଇ କାମୁଡ଼ିଥିଲା।ପରେ ଛାତ୍ରଛାତ୍ରୀମାନେ ଚିତ୍କାର କରିବାରୁ ଗ୍ରାମବାସୀମାନେ ସେଠାରେ ପହଞ୍ଚିଥିଲେ।ଶିଆଳଟି ଗ୍ରାମବାସୀଙ୍କୁ ମଧ୍ୟ କାମୁଡି ଆହତ କରିଥିଲା।ଆହତଙ୍କୁ ସୋର ମେଡିକାଲରେ ଚିକିତ୍ସା କରାଯାଇଥିଲା।ଏହି ଘଟଣା ବିଷୟରେ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦାସ ଖବର ପାଇ ଆହତଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିବା ସହିତ ସେମାନଙ୍କୁ ଆର୍ଥିକ ସହାୟତା ଦେଇଥିଲେ।ଏହି ଅଞ୍ଚଳ ପାଖରେ ପାହାଡ଼ ଥିବାରୁ ବାରମ୍ବାର ଶିଆଳ ମାନେ ଗ୍ରାମକୁ ପସିଆସି ଲୋକଙ୍କୁ କାମୁଡୁଥିବା ବେଳେ ଏଥିପ୍ରତି ଦୃଷ୍ଟିଦେବାକୁ ଶ୍ରୀ ଦାସ ବନବିଭାଗର କର୍ମଚାରୀଙ୍କ ଶହ ଆଲୋଚନା କରିଥିଲେ।ଅନ୍ୟପଟେ ସେହି ପଞ୍ଚାୟତର ରାସ୍ତାଘାଟ ସମସ୍ୟା ସମେତ ଅନେକ ସମସ୍ୟା ବିଷୟରେ ଶ୍ରୀ ଦାସଙ୍କୁ ଅବଗତ କରାଇଥିଲେ।ଲୋକମାନଙ୍କ ଅଭିଯୋଗ ଆଧାରରେ ପ୍ରଶାସନିକ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇ ଏହାର ସମାଧାନ କରିବେ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ।ଶ୍ରୀ ଦାସଙ୍କ ସମେତ ସ୍ଥାନୀୟ ସରପଞ୍ଚ ଅଜୟ ନାୟକ,ମଣ୍ଡଳ ସଭାପତି ବାବୁ ନାଥ,ମଣ୍ଡଳ ପ୍ରଭାରୀ ଅଜୟ ବେହେରା,ଦିଲ୍ଲୀପ ପଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment