ରାକେଶ ହେଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସାଂସଦ ପ୍ରତିନିଧି


ଅସ୍ତରଙ୍ଗ ୨୮/୫ : (ଅଲେଖ ବିଶ୍ଵାଳ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ପାଟଳଦା ପଂଚାୟତ ର ବିଜେପି ଯୁବ ସଂଗଠକ ରାକେଶ ବିଶ୍ୱାଳ। ସେ ଜଣେ ବିଜେପି ର ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ବେସ୍ ପରିଚିତ। ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ବିଜେପି ଦଳ ପୁରୀଜିଲ୍ଲା ଯୁବ ମୋର୍ଚ୍ଚା ର ସମ୍ପାଦକ ଭାବେ ନିଯୁକ୍ତି କରିଅଛି। ଯୁବକ ମାନଙ୍କ ମଧ୍ୟରେ ସମୋନ୍ନୟ ରକ୍ଷା କରି ଯୁବ ସଂଗଠନ କୁ ଜିଲ୍ଲା ରେ ପ୍ରତିନିଧିତ୍ୱ କରୁଛନ୍ତି। ଜଗତସିଂହପୁର ସାଂସଦ ଡ଼ଃ ବିଭୂପ୍ରସାଦ ତରାଇ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସାଂସଦ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏହି ନିଯୁକ୍ତ କୁ ସାଂସଦ ଡ଼ଃ ବିଭୂପ୍ରସାଦ ତରାଇ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଶ୍ରୀଯୁକ୍ତ ବିଶ୍ୱାଳ କୃତଜ୍ଞତା ଜଣାଇଛନ୍ତି।

Post a Comment

Previous Post Next Post