ବଲାଙ୍ଗିର /ପାଟଣାଗଡ଼ ୧୪/୫ (ଗଣେଶ ଦାସ) ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ପାଟଣାଗଡ଼ ଙ୍କ କୋର୍ଟରେ ଏହି ମାମଲାର ବୁଧବାର ତର୍କବିତର୍କ ଶେଷ ହୋଇଯାଇଛି। ଏହି ତର୍କ ପ୍ରାୟ ଦୁଇ ରୁ ତିନି ଘଣ୍ଟା ଧରି ଚାଲିଥିବାବେଳେ ପୁଞ୍ଜିଲାଲ ମେହେର ଙ୍କୁ କଡା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲରୁ ପାଟଣାଗଡ଼ କୋର୍ଟରେ ହାଜର କରାଯାଇଥିଲା। ପୁଞ୍ଜିଲାଲ ଙ୍କ ଓକିଲ ପ୍ରମୋଦ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଆଜି ଉଭୟ ପକ୍ଷରୁ ତର୍କବିତର୍କ ହେଲା,ତାପରେ ମାନ୍ୟବର ଅଦାଲତ ଜର୍ଜମେଣ୍ଟ ପାଇଁ ଡେଟ ପୋଷ୍ଟିଙ୍ଗ କରିବେ ତାହା ତାଙ୍କ ହିସାବରେ ହେବ।୯ ତାରିଖରେ ପ୍ରତିପକ୍ଷ ତରଫରୁ ତର୍କ ଆରମ୍ଭ କରିଥିଲେ ସେ ଯେଉଁ ହିସାବରେ ମାମଲା କରିଛନ୍ତି କିମ୍ବା କେଉଁ ହିସାବରେ କେଶର ଚାର୍ଜ ସିଟ ସମ୍ମିଷନ କରିଛନ୍ତି। ଏହି କେଶରେ ପୁଞ୍ଜିଲାଲ ବିରୋଧରେ ଯେତିକି ଅଭିଯୋଗ ନାହିଁ ତାଠୁ ବେଶୀ ଅଭିଯୋଗ ଆଣିଛି କ୍ରାଇମବ୍ରାଞ୍ଜ, କିଛି ଲୋକଙ୍କୁ ପୋଲିସ ତଦନ୍ତ ପରିସର ଭିତରକୁ ନ ଆଣି ଛାଡିଦେଇଛି କ୍ରାଇମବ୍ରାଞ୍ଜ ଏହାର ତଦନ୍ତ କରିନାହିଁ ଏହି ଭିତରେ ଅନେକ ତଥ୍ୟ ରହିଛି। ପୁଞ୍ଜିଲାଲ ଙ୍କୁ ଦୋଷୀ ସାବ୍ୟସ୍ତ କରିବାପାଇଁ କ୍ରାଇମବ୍ରାଞ୍ଜ ଏହାର ତଥ୍ୟ ଦେଇପାରିନାହିଁ ଓ ସେହି ପରିମାଣର ମ୍ୟାଟେରିଆଲ ଦେଇନାହିଁ ଆମେ ଏହି ସବୁ ଉପରେ ସମସ୍ତ ତଥ୍ୟ ରଖିଛୁ। ଆଉ କିଛି ଉପରେ କୋର୍ଟରେ ଅଦାଲତ ଙ୍କ ଠାରେ ପଏଣ୍ଟ ୱାଇଜ ସମ୍ମିଟ କରିଛୁ। ମାନ୍ୟବର ଅଦାଲତ ଯାହା ବିଚାର କରିବେ ଆଜି କିଛି ପଏଣ୍ଟ ଉପରେ ଆଲୋଚନା ଉଭୟ ପକ୍ଷରୁ ହୋଇଛି। ଏହା ଉପରେ ମାନ୍ୟବର ଅଦାଲତ ଶୁଣାଣି କରିବେ ବୋଲି କହିଥିଲେ।ଅନ୍ୟପଟେ ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନ ଗୋ ସୂଚନା ଦେଇଛନ୍ତି ଯେ ସବୁ କଥା ତ କହିହେବନାହିଁ ଆମେ କେଶ ଉପରେ ଠିକ ଭାବରେ ପ୍ରମାଣ କରିଛୁ, କୌଣସି ଦିଗକୁ ଵି ଛାଡ଼ିନାହୁଁ ସମସ୍ତେ ଦିଗରେ କୋର୍ଟରେ ପ୍ରମାଣ କରିଛୁ ଯାହା ହେବ କୋର୍ଟଙ୍କ ଉପରେ। ତଦନ୍ତ ରୁ ଯାହା ବାହାରିଥିଲା ଓ ତଦନ୍ତ ସମୟରେ ଯାହା ଯାହା ମ୍ୟାଟେରିଆଲ ବାହାରିଥିଲା ତାଙ୍କୁ ଟ୍ରାଏଲ ହିସାବରେ କୋର୍ଟରେ ପ୍ରମାଣ କରାହୁଏ ଆଉ ଆମେ ଅଭିଯୁକ୍ତ ବିରୋଧରେ ସବୁ ପ୍ରମାଣ କରିଛୁ କିଛି ଵି ଛାଡ଼ିନି,ଯାହା ମାନ୍ୟବର କୋର୍ଟଙ୍କ ଜର୍ଜମେଣ୍ଟ ଉପରେ ନିର୍ଭର କରିବ ବୋଲି କହିଥିଲେ।ସୂଚନାଯୋଗ୍ୟ ଯେ ୨୦୧୮ ଫେବୃଆରୀ ୨୩ ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ନବ ବିବାହିତ ସୋମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟ ଶେଖର ଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇ ଦୀର୍ଘ ଦିନ ଧରି ଡାକ୍ତରଖାନା ରେ ଚିକିତ୍ସିତ ହୋଇଥିଲେ। କ୍ରାଇମବ୍ରାଞ୍ଜ ତଦନ୍ତ କରି ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା।

Post a Comment