ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ରକ୍ତଦାନ ଶିବିର


ବାଲେଶ୍ଵର,୩୦/୭(ଲକ୍ଷ୍ମୀଧର ବତମରିକ) ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ରକ୍ତକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା। କ୍ଲବ ଅଧ୍ୟକ୍ଷ ନିରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ବିଧାୟକ ସ୍ୱରୂପ କୁମାର ଦାସ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ତାଙ୍କ ସହ ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ ଉପାଧ୍ୟାୟ, ରୋଟାରୀ ଏସ୍ସିଟାଣ୍ଟ ଗୋଭର୍ନର ସୌରଭ ବେହେରା, ସାମାଜିକ କର୍ମୀ ସାଇରୁଲ ହକ,ସଭାପତି ଜୟନ୍ତ ରଣା, ସମ୍ପାଦକ ଗୌରହରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୧୦୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସଭ୍ୟ ଲକ୍ଷ୍ମୀକାନ୍ତ ସ୍ୱାଇଁ, ସତ୍ୟମ ମିଶ୍ର, ଅବିନାଶ ପାଣିଗ୍ରାହୀ, ତାପସ ପ୍ରଧାନ, ସପନ ବେହେରା, ଅମିତ ଦାସ, ତରୁଣ କୁମାର ମନ୍ତ୍ରୀ, ଲଳିତ ସେନାପତି, ସିମିତ ମହାନ୍ତି, ଅର୍ପିତା ମହାପାତ୍ର, ମନୋରଞ୍ଜନ ରାଉତ, ମୃତ୍ୟୁଞ୍ଜୟ ରାଉତ,ନୀଲେଶ ଗାନ, ସୁଦର୍ଶନ ଦାସ ଗୋକୁଲ କୃଷ୍ଣ ବେହେରା, ନିର୍ମଳ ମୁଖାର୍ଜୀ ଶିବିରକୁ ପରିଚାଳନା କରିଥିଲେ।

Post a Comment

Previous Post Next Post