ତୁରେକେଲା ବ୍ଳକ ସ୍ତରୀୟ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ


କଣ୍ଟାବାଞ୍ଜି/ତା.୦୪/୦୨ (ଆଜତକ୍ ଓଡ଼ିଶା) ସାରା ରାଜ୍ୟରେ ତିନିଦିନ ବ୍ୟାପୀ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଜୟନ୍ତ କୁମାର ପ୍ରଧାନ,ବ୍ଲକ ଶିକ୍ଷା ଅଧିକାରୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଫକୀର ଚରଣ ବିଶି ,ବିଆରସିସି, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସୂର୍ଯ୍ୟକାନ୍ତ ରଣା, ଶିକ୍ଷୟିତ୍ରୀ ସବିତା ମହାପାତ୍ର, ମୁଖ୍ୟବକ୍ତା ଭାବରେ ଶିଶୁ ସାହିତ୍ୟିକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ଓ ସମ୍ମାନିତ ବକ୍ତା ଭାବରେ ଅଞ୍ଜଳି ମାଝୀ ଯୋଗ ଦେଇଥିଲେ।କଣ୍ଟାବାଞ୍ଜି ଆଞ୍ଚଳିକ ସଂଯୋଜକ ଶ୍ରୀ ଦୀନେଶ ମହାନନ୍ଦ ସଭା ପରିଚାଳନା, ଶ୍ରୀ ଧନସିଂ ମାଝୀ ସ୍ୱ।ଗତ ଅଭିଭାଷଣ ଓ ଶ୍ରୀ ଅନୁପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପୂଜାର୍ଚ୍ଚନା ପରେ ବନ୍ଦେ ଉତ୍କଳ ଜନନୀ ସମବେତ କଣ୍ଠରେ ଗାନ କରାଯାଇଥିଲା।ଏହି ଅବସରରେ ଶିଶୁ ସାହିତ୍ୟିକ ଦ୍ୱୟଙ୍କୁ ଉପଢୌକନ, ସ୍ମୁତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ତାପରେ ବିଭିନ୍ନ କ୍ଳଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ଚିତ୍ରାଙ୍କନ,ସାଧାରଣ ଜ୍ଞାନ, ପ୍ରଦର୍ଶନୀ,କବିତା ଆଦି କରି ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଯେଉଁ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନେ ଜିଲ୍ଲା ସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୁହାଯାଇଥିଲା।କଳିଙ୍ଗ ନଗର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସିଆରସିସି ଗଜୟ କୁମାର ଦାଶ,ଶିକ୍ଷକ ସୌରଭ ବେହେରା, ମଲ୍ଲିକ ଆବିଦ,ସୁନନ୍ଦା ପୁରୋହିତ, ପୂଜା ଜାଲ,କାନ୍ତି ବର୍ଗେ,ଧନମତି ନାୟକ,ଜାନକୀରାମ ସାମବେଦମ,ପ୍ରମୋଦ ମାଝୀ,ସୂର୍ଯ୍ୟମଣି ସେଠ ଆଦି ସହଯୋଗ କରିଥିଲେ।

Post a Comment

Previous Post Next Post