ଦିଲ୍ଲୀ ପାରାମେଡିକାଲ ଇନଷ୍ଟିଚ୍ୟୁଟ ନାମରେ ଠକେଇ ଅଭିଯୋଗ


ବାଲେଶ୍ୱର, ୨୨/୭(ଲକ୍ଷ୍ମୀଧର ଵରିକ) ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ସ୍ଥିତ ଏକ ଭଡ଼ାଘରେ ଚାଲିଥିବା ଦିଲ୍ଲୀ ପାରାମେଡିକାଲ ଆଣ୍ଡ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ନାମକ ଏକ ଘରୋଇ ସଂସ୍ଥା ବହୁ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ଓ ନିଯୁକ୍ତିର ମିଥ୍ୟା ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକାମୀର ଶିକାର ହୋଇଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଆଜି ପୂର୍ବାହ୍ନରେ ସଦର ଥାନାରେ ଦ୍ୱାରସ୍ଥ ହୋଇ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ସଂସ୍ଥା ଦ୍ୱାରା ଛାତ୍ରଛାତ୍ରୀମାନେ ପାଇଥିବା ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଥାନାକୁ ଡକାଇ ପଚରାଉଚରା ଆରମ୍ଭ ହୋଇଥିବା ବେଳେ ଉକ୍ତ ସଂସ୍ଥାର ସମସ୍ତ କାଗଜପତ୍ର ଯାଞ୍ଚ ଚାଲିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Post a Comment

Previous Post Next Post