ବଲାଙ୍ଗିର ଦିନ୍ ପାଇଁ ସିଲିକନ ଭ୍ୟାଲିରେ ରକ୍ତଦାନ ଶିବିର


ବଲାଙ୍ଗିର ୩୦/୧୦ (ଗଣେଶ ଦାସ) ବଲାଙ୍ଗିର ଦିନ୍ ପାଇଁ ବଲାଙ୍ଗିର ସହର ସ୍ଥିତ ସାଲେପାଲିର ସିଲିକନ୍ ଭ୍ୟାଲି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଲିକନ୍ ଭ୍ୟାଲି ସୋସାଇଟିର ସଭାପତି ମିଥୁନ ପଟ୍ଟନାୟକ ଓ ସଂପାଦକ ବିନୟ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନ କାର୍ଯ୍ୟକ୍ରମରେ ବଲାଙ୍ଗିର ମ୍ୟୁନିସିପାଲିଟି ଚେୟାରମେନ ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍ ପାଳନ ଉପଲକ୍ଷେ ହୋଇଥିବା ସମସ୍ତ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇବା ସହ ମହତ କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବଲାଙ୍ଗିର ଦିନର ଚେୟାରମେନ ଗୋପାଳଜୀ ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ୬୦ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରରେ ଶଙ୍କର କେଶ୍ଵୱନି, ଦେବାଶିଷ ଦାସ, ସୁମିତ୍ ଅଗ୍ରୱାଲ, ଶ୍ୱେତା କେଜ୍ରିୱାଲ୍, ସୁଧା ଅଗ୍ରୱାଲ, ଅରବିନ୍ଦ ରୋଷନ୍, ସାରଦା ମୁଖିଯା, ପ୍ରତୀକ କୁମାର୍ ଅଗ୍ରୱାଲ, ସଞ୍ଜୟ କୁକ୍ରେଜା, ସାଗର କୁକ୍ରେଯା, ରାଜେନ୍ଦ୍ର ବାରିକ୍, ଶିବ ସାଇ, ରୋହିତ କୂକ୍ରେଜା, ଦୀପକ୍ କୁମାର୍ ଅଗ୍ରୱାଲ, ଭୂମିକା କୁକ୍ରେ଼ଯା, କୈଳାଶ ଅଗ୍ରୱାଲ, ଦିବାକର ନାୟକ, କୁମାରୀ ପୁଜା, ନୂତନ ନାଗ, ପ୍ରତିମା ସାହୁ, ବିନୟ କୁମାର ଅଗ୍ରୱାଲ, ପର୍ଭିନ କୁମାର୍, ସୁରେଶ୍ଵରୀ ସତ୍ୱା, ଦେଵାଂଶ ହୋତା, ସାବିତ୍ରୀ ଅଗ୍ରୱାଲ, କୈଳାଶ ପ୍ରଧାନ, ୟଶ ଅଗ୍ରୱାଲ, ରଶ୍ମି ରଂଜନ ହୋତା, ଅବନିସ୍ କୁମାର୍, ୱାଇ ବଙ୍ଗାରୟା, ଦେଵାଂଶୁ ରଞ୍ଜନ ମିଶ୍ର, ଅଂଶୁମାନ ଅଗ୍ରୱାଲ, ଉତ୍ତମ ଗୁପ୍ତା, ଅନୀଲ ଅଗ୍ରୱାଲ, ନିରଞ୍ଜନ ବିଶ୍ୱାଳ, ଯଦୁମଣୀ ବଗର୍ତ୍ତୀ, ପ୍ରଶାନ୍ତ କୁମାର ମିଶ୍ର, ଧୁବଳ ନାୟକ ତଥା ଅନ୍ୟମାନେ ରକ୍ତଦାନ କରିଥିଲେ ।ସିଲିକନ ଭ୍ୟାଲିର ଅନ୍ତବାସୀ ତଥା ଅନ୍ୟ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ରକ୍ତକେନ୍ଦ୍ରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ସିଲିକନ ଭ୍ୟାଲି ସୋସାଇଟି ର କାର୍ଯ୍ୟକାରୀ ସଭ୍ୟ ଅଚ୍ୟୁତ ପୁରୋହିତ, ଦେବାଶିଷ ଦାସ, ରାଜେଶ୍ୱର ପଟ୍ଟନାୟକ, ରବିନ୍ଦ୍ର ସାହୁ, ସୁଧା ଦେବୀ, ରେଡକ୍ରସ କର୍ମୀ ରବିଚନ୍ଦ୍ର ପଶାୟତ, ବନମାଳୀ ମେହେର, ନିରଞ୍ଜନ ବିଶ୍ୱାଲ, ଦୁର୍ଯ୍ୟୋଧନ ପଶାୟତ, ଧୁବଲ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ରେଡକ୍ରସ କର୍ମୀ ରାମନାରାୟଣ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post