ବାଲେଶ୍ୱର, ଚୋରୀ ମାମଲାରେ ଜଡିତ କରି ଘରୁ ଡାକିନେଇ ଜୀବନରୁ ମାରିଦେବାର ଯୋଜନା।ମାଡ଼ ମାରି ନ ମରିବାରୁ ଆକ୍ରମଣ କାରି ଶେଷରେ ଫାଶୀ ଦଉଡିରେ ଟାଙ୍ଗିଦେଲା ।ମାତ୍ର ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ।
ଭାଗ୍ୟ ଟାଣ ଥିବାରୁ ଫାଶୀ ଦଉଡି ଛିଣ୍ଡି ଗଲା।ଆଉ ଅଭିଯୁକ୍ତ ବଞ୍ଚି ଯାଇ ନିଜ ଘରକୁ ଦଉଡି ପଳାଇଯାଇ ଅଚେତ ହୋଇ ପଡିଗଲା।ଘର ଲୋକ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ।ମାତ୍ର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱରକୁ ନିଆଗଲା।ପରେ ସ୍ୱାସ୍ଥ୍ୟ ଅବସ୍ଥାର ସୁଧାର ନ ଆସିବାରୁ କଟକ ବଡଡ଼ାକ୍ତର ଖାନାକୁ ନିଆଯାଇ ଆଇସିୟୁରେ ଚିକିତ୍ସା ଧିନ ଅଵସ୍ଥାରେ ମରଣ ସହ ସଂଗ୍ରାମ କରୁଛି।ଏବେ ତାର ଚେତା ଫେରିନି।ଡାକ୍ତର ବଞ୍ଚିବାର ଆଶା କମ ବୋଲି କହିଲେଣି।
ଘଟଣାରୁ ପ୍ରକାଶ ଯେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତର କଚୁଆପଡା ମୁସଲମାନ ବସ୍ତିରେ ଥିବା ସଜିଦ ଦାନା ବାକ୍ସରୁ ଟଙ୍କା ଚୋରି ହୋଇଥିଲା।ଏହି ଅଭିଯୋଗରେ ଗତ ୨୨ ତାରିଖ ଶୁକ୍ରବାର କଚୁଆପଡ଼ା ଗ୍ରାମର ବିଜେଡି ଦଳର ନେତା ଶାବୁଦ୍ଦିନ ଶାହା ସେହି ଗ୍ରାମର ସେକ୍ ସଇକତର ପୁତ୍ର ସେକ ରାଜତୁଲ୍ଲା (୨୮)ଙ୍କୁ ନିଜ ଘରେ ଶୋଇଥିବା ବେଳେ ତାକୁ ଡାକିନେଇ ନିସ୍ତୁକ ମାଡ଼ ମାରି ଥିଲେ। ଏପରି ଜୀବନରୁ ମାରିଦେବାର ଯୋଜନା କରି ବିଫଳ ହେବାରୁ ସାବୁଦ୍ଦିନ ଶାହା ସେକ ରାଜତୁଲ୍ଲାର ବେକରେ ଦଉଡ଼ି ବାନ୍ଧି ଫାଶୀ ଟାଙ୍ଗି ଦେଇଥିଲେ। ଭାଗ୍ୟ ବଶତଃ ଦଉଡ଼ି ଛିଡି ଯିବାରୁ ସେ ତଳେ ପଡିଯାଇଥିଲେ।ପରେ ଜୀବନ ବଞ୍ଚାଇବାକୁ ଯାଇ ନିଜ ଘରକୁ ଦୌଡ଼ି ପଳାଇ ଯାଇ ନିଜ ଘର ସାମନାରେ ପଡିଯାଇଥିଲେ ।ଘର ଲୋକ ମାନେ ପାଣି ମାରି ତାପାଖରୁ ସବୁ କଥା ଅବଗତ ହୋଇଥିଲେ।ପରେ ପରିବାର ଲୋକ ମାନେ ସେକ ରାଜତୁଲ୍ଲାକୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ପରେ ସ୍ୱାସ୍ଥ୍ୟ ଵସ୍ଥା ଉଦବେଗଜନକ ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆ ଯାଇଥିଲା। ସେଠାରେ ରାଜତୁଲ୍ଲାର ସ୍ବାସ୍ଥ୍ୟ ଅବସ୍ଥାର ସୁଧାର ନ ଆସିବାରୁ ତାକୁ କଟକ ବଡ଼ ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଥିଲ। ଏବେ ତାର ସେନ୍ସ ଫେରି ନାହିଁ। କୋମା ଅଵସ୍ଥାରେ ଆଇସିୟୁ ରହିଛି।ଘଟଣା ବିଷୟରେ ୨୨ ତାରିଖ ରାଜତୁଲ୍ଲାର ବଡ ଭାଇ ସେକ ମୁସ୍ତାକ ବାଲିଆପାଳ ଥାନାରେ ଏତଲା ଦେବା ପରେ ପୁଲିସ ଶାବୁଦ୍ଦିନ ଶାହାକୁ ଧରି ଆଣି ୨୨ ତାରିଖ ବିଳମ୍ବିତ ରାତ୍ରିରେ ଛାଡିଦେଲେ।ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଶୁନ।ଆଜି ରାଜତୁଲ୍ଳାର ମାଆ, ଭଉଣୀ ଓ ଭାଇ ଏବଂ ଅନ୍ୟମାନେ ବାଲିଆପାଳ ଥାନାକୁ ପଚାରିବା ପାଇଁ ଯାଇ ଥିବା ବେଳେ ବାଲିଆପାଳ ପୁଲିସ ଅସଭ୍ୟ ଭାଷାରେ ଗାଳି କରି ଥାନାରୁ ବାହାର କରିଦେଇଛନ୍ତି ବୋଲି ପରିବାର ଲୋକ ମାନେ ଅଭିଯୋଗ କରିଛନ୍ତି।ପ୍ରକାଶ ଥାଉକି ଦୁଇ ବର୍ଷ ତଳେ ବାଲିଆପାଳ ଢ଼ାବାରେ ଜଣେ ନାବାଳକକୁ ମର୍ଡର କରି ଫାଶୀ ଟାଙ୍ଗି ଦିଆଯାଇଥିଲା।ସେହି ଘଟଣାର ମୁଖ୍ୟ ଆସାମୀ ଥିଲେ ଶାବୁଦ୍ଦିନ ଶାହା।ଢାବାଟି ଥିଲା ତାର।ଦୀର୍ଘ ଦିନ ଫେରାର ରହି ସରକାରୀ ଦଳର ଛତ୍ର ଛାୟା ତଳେ ରହି ପୁଲିସକୁ ହାତ କରି ଏବେ ସେହି ସରକାରୀ ଜାଗାରେ ପୁଣି ଏକ ପକା ଘର କରି ବହୁ ଅନୈତିକ କାର୍ଯ୍ୟରେ ଶାବୁଦ୍ଦିନ ଶାହା ଜଡିତ ଥିବା ବହୁ ଅଭିଯୋଗ ରହିଛି।ଏପରି ଜଣେ ଅସାମାଜିକ ବ୍ୟକ୍ତିକୁ ବାଲିଆପାଳ
ପୁଲିସର ଏତେ ଅନୁକମ୍ପା କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଛା ଜୋର ଧରିଛି।
Post a Comment