ଭବାନୀପାଟଣା:୨୮/୦୪(ଶ୍ୟାମସୁନ୍ଦର ମାଝୀ)ଆମ ଗାଁ ଆମ ବିକାଶ ଯୋଜନା ଫେଲ ମାରିଛି । ଧର୍ମଗଡ ବ୍ଲକ ବସୁଲ ଗାଁର ଜାତୀୟ ରାଜ ପଥ କଡରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣ ଚାଲିଥିବା ଯାତ୍ରୀ ବିଶ୍ରାମଗାର କାମ ୨ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ହେଲାଣି ଆରମ୍ଭ ହୋଇଛି । ତଥାପି କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ପ୍ଳିନ୍ଥ ଲେବଲରେ ଆଣ୍ଠେଇ ପଡିଛି ବିଶ୍ରାମଗାର ଯାହା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବଳଦିଆମାଲ ଠାରୁ ଗରିବନ୍ଧ (ଛତିଶଗଡ) କୁ ସଂଯୋଗ କରୁଥିବା ୧୩୦ସି ଏନଏଚ କଡରେ ବସୁଲ ଗାଁ ଅବସ୍ଥିତ । ଏଠାରେ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବୀ ହେଉଥିଲା । ଆମ ଗାଁ ଆମ ବିକାଶ ଯୋଜନାରେ ପ୍ରାୟ ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ ହେବାପାଇଁ ସ୍ଥିରୀକୃତ ହୋଇଥିଲା । ବିଭାଗ ଦ୍ୱାରା ଚାଲିଥିବା ନିର୍ମାଣ କାମ ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବେଳେ ପିନ୍ଥ ଲେବେଲ କାମ ଅଟକି ଯାଇଛି । ବାରମ୍ବାର ଅଭିଯୋଗ ହେଉଥିବା ସତ୍ତ୍ୱେ କାମ ହେଉନ ଥିବାରୁ ଗ୍ରାମବାସି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟରେ ନିୟୋଜିତ ଠିକାଦାର ଦ୍ବୟଙ୍କ ଭାଗ ବଣ୍ଟା ଛୀଣ୍ଡୁ ନ ଥିବାରୁ କାମ ଅଧପନ୍ତରିଆ ରହିଥିବା ଜଣା ପଡୁଛି । ଏସମ୍ପର୍କ ରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରିବାରୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

Post a Comment