ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ବରିଷ୍ଠ ସାମ୍ବାଦିକ ସୁବାସ ବାଗ ଙ୍କୁ ସମ୍ମାନ


ଧର୍ମଗଡ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାହାରବାହାଲ ଠାରେ ଗତ ୨୧ତାରିଖ ଦିନ ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହିକାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସମ୍ମାନୀୟ ଅତିଥି ଭାବେ ଜୁନାଗଡ଼ ବିଡ଼ିଓ ତୁଲାରାମ ମାରାଣ୍ଡି ,ଜିଲ୍ଲା ପରିଷଦ ପୂର୍ବତନ ସରପଞ୍ଚ ଓଡ଼ିଶା ଗ୍ରାମାଞ୍ଚଳ ସାମ୍ବାଦିକ ରାଜ୍ୟ ସଭାପତି ରବି ନାରାୟଣ ଚଲାନ ଉପସ୍ଥିତ ରହିଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ବାଗ ଙ୍କୁ ମାନ ପତ୍ର ଦେଇ ସଂମ୍ମାନ କରାଯାଇଥିଲା।ସାମ୍ବାଦିକ କ୍ଷେତ୍ରରେ ସେ ଜଣେ ଆଗ ଧାଡ଼ିର ସାମ୍ବାଦିକ ହୋଇ ଥିବା ବେଳେ ନିର୍ଭୀକ ,ନିଃସ୍ୱାର୍ଥ ଓ ନିରପେକ୍ଷତା ଭାବେ ଦୀର୍ଘ ଦିନ ରୁ କାର୍ଯ୍ୟ କରୁଛନ୍ତି।ବିଶେଷ ଭାବେ ସମସ୍ୟା ,ଅଭିଯୋଗ,ସାଂସ୍କୃତିକ ଇତିଃ ଆଦି ତାଙ୍କ କଲମ ମୁନି ରେ ସାମ୍ପାଦିତ ହୋଇ ଥାଏ। ଏପରିକି ତାଙ୍କର ଲେଖା ଶୈଳୀ ଉଚ୍ଚ କଟିର ହୋଇଥିବା ବେଳେ ପାଠକ ଙ୍କୁ ଆକୃଷ୍ଟ କରିଥାଏ। ତାଙ୍କ ସାମ୍ବାଦିକତା ଜୀବନରେ ଅନେକ ଖବର ପ୍ରସାରଣ ହୋଇ ସରକାର ନିକଟରେ ପହଞ୍ଚି ପାରିଛି।ପ୍ରଶାସନର ଅବହେଳା ,ଦୁର୍ନୀତି ଓ ଦାଦନ ସମସ୍ୟା ଉପରେ ଅହରହ ଖବର କରି ଓଡ଼ିଶାରେ ଚହଳ ପକାଇବାରେ ସାମର୍ଥ୍ୟ ହୋଇ ପାରିଛନ୍ତି।୧୯୯୪ ମସିହା ରେ ପ୍ରଥମ କରି ଅର୍ଜି ଖବରକାଗଜ ରହି ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ।ଏହାପରେ ମସିହା ,ଧରିତ୍ରୀ ଦୈନିକ ଖବର କାଗଜ ରେ ୧୧ବର୍ଷ କାମ କରିଥିଲେ।ବର୍ତ୍ତମାନ ଓଡ଼ିଶା ଭାସ୍କର ଦୈନିକ ଖବର ଓ ଡିଜିଟାଲ ରେ କାର୍ଯ୍ୟରତ ରହିଛନ୍ତି।ସେ ସମ୍ନାନିୟ ଅତିଥି।

Post a Comment

Previous Post Next Post