କଣ୍ଟାବାଞ୍ଜି, ୨୮/୦୫, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଧାନ ଏକ ଦୁର୍ନୀତି କାମର ପର୍ଦାଫାସ କରିବାକୁ ଗତ କିଛି ହେବ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର କୁଲଥିପାଳି ଗାଁକୁ ଯାଇଥିଲେ । ଗାଁରେ ଶ୍ରୀ ପ୍ରଧାନ ପହଞ୍ଚିବା ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଦୁର୍ନୀତିଗ୍ରସ୍ତ ଠିକାଦାର ଗଜେନ୍ଦ୍ର ଦଲେଇଙ୍କ ନିର୍ଦେଶରେ ତାଙ୍କ ସହଯୋଗୀ ମାନେ କଙ୍ଗାରୁ କୋର୍ଟ କରି ଶ୍ରୀ ପ୍ରଧାନଙ୍କ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । କିଏ ଗୋଇଠା ମାରୁଥିଲା ତ କିଏ ଅସଭ୍ୟ ଭାଷାରେ ଗାଳି କରି ମାଡ ମାରୁଥିବା ଭିଡିଓ ମଧ୍ୟ ଆସିଛି । ପୋଲିସ ଏନେଇ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇକୁ ଗିରଫ କରାଯାଇ ନାହି । ସମ୍ବିଧାନର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ ବା ସାମ୍ବାଦିକ । ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢି ବଢି ଚାଲିଛି । ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନକୁ ଯେମିତି ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି ତାକୁ ସାମ୍ବାଦିକ ସମାଜ ସହଜରେ ଗ୍ରହଣ କରିବ ନାହି । ଏହି ଘଟଣାକୁ କଣ୍ଟାବାଞ୍ଜି ପ୍ରେସ କ୍ଲବ ଦୃଢ ନିନ୍ଦା କରିବା ସହ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇକୁ ଶୀଘ୍ର ଗିରଫ କରିବା ସହ ସାମ୍ବାଦିକ ସୁରକ୍ଷା ଦାବି ନେଇ ପ୍ରେସ କ୍ଲବ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମନାରାୟଣ ମାରାଣ୍ଡିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଦାବିପତ୍ର ଦେବା ସମୟର ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମ୍ପାଦକ ସୁରଦାସ ବାଗ, ଓୟୁଜେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଦୀପକ ସମଜଦାର, ପ୍ରେସ କ୍ଲବ୍ ପରାମର୍ଶଦାତା ଆଶିଷ ଖଇତାନ , କୋଷାଧ୍ୟକ୍ଷ ହନି ସିଂ, ସଦସ୍ୟ ଦେବେଶ ଅଗ୍ରୱାଲ, ସୈଲେନ୍ଦ୍ର ଜୈନ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

Post a Comment