ପାତାଳି ଜଳ ଯୋଗଣ ପ୍ରକଳ୍ପ ରୁ ପମ୍ପ ସେଟ ଚୋରି


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଏକ ଘଣ୍ଟା ଭିତରରେ ଗ୍ରାମ ଭିତରରେ ଥିବା ଜଳ ଯୋଗଣ ପ୍ରକଳ୍ପ ରୁ ପାଣି ମୋଟର ଚୋରି ଘଟଣା ଏବେ ଚହଳ ପକାଇଛି!ଘଟଣା ଟି ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଡାପଡା ଗ୍ରାମରେ ଆଜି ସନ୍ଧ୍ୟା ୭.ଟା କୋଣସି କାରଣ ବଶତଃ ୧ଘଣ୍ଟା ବିଦ୍ୟୁତ ସେବା ବନ୍ଦ ଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି !ଏହି ପ୍ରକଳ୍ପ ଟି ସୋଲାର ଜଳ ଯୋଗାଣ ହୋଇଥିବା ବେଳେ ଗ୍ରାମରେ ଜଳା ଭାବ ହ୍ରାସ ପାଇଥିଲା କିନ୍ତୁ ଆଜି ହଠାତ ଏଭଳି ଦୃଶ୍ୟ ଗ୍ରାମବାସୀ ଙ୍କ ମନରେ ଆଶଙ୍କା ଗ୍ରାମର କୋଣସି ଦୁର୍ବୁତ୍ତ କିମ୍ବା ଜଣା ଶୁଣା କୋଣସି ଦୁର୍ବୁତ୍ତ ଗୋଷ୍ଠୀ ଏଭଳି କାର୍ଯ୍ୟ କରିଥିବା ସୂଚନା ଦେଇଛନ୍ତି!କାରଣ ଗାଁ ଭିତରେ ଏଭଳି ନ ଜାଣିବା ଲୋକ କାର୍ଯ୍ୟ କରିବା ସମ୍ଭବ ପର ନୁହେଁ ଏବଂ ଏହି କାର୍ଯ୍ୟ ବିଦ୍ୟୁତ ଯିବା ସମୟକୁ ଅପେକ୍ଷା କରି ଏକ ଗୋଷ୍ଠୀ ହୋଇ ଏହି ଚୋରି କାର୍ଯ୍ୟ ହୋଇଛି ଯାହାକି ପଂଚାୟତ କିମ୍ବା ଆଖ ପାଖ ରେ କେବେ ଏଭଳି ଚୋରି ଦେଖା ଦେଇନ ଥିଲା!ଏହି ଚୋରି ଘଟଣା ଦେଖି ସଙ୍ଗେ ସଙ୍ଗେ ଗ୍ରାମ ବାସି ଏକତ୍ରିତ ହୋଇ ଆସନ୍ତା କାଲି ଥାନାରେ ଏତଲା ଦେବାପାଇଁ ସର୍ବ ସମ୍ନତି କ୍ରମେ ବିଚାର କରିଥିବା ର ସୂଚନା ମିଳିଛି।

Post a Comment

Previous Post Next Post