Homeଓଡ଼ିଶା ଲାଲ ବହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ଆଜତକ ଓଡ଼ିଶା Sunday, December 18, 2022 0 ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଗାଂ ବ୍ଲକ ଅନ୍ତର୍ଗତ ତିଲେଶ୍ଵର ପଞ୍ଚାୟତ ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରିଡା ୨୦୨୨ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମାଝୀ ଙ୍କ ସଭାପତିତ୍ବରେ ଉତ୍ସବର ଚଳିତ ମାସ ୧୭ ଓ ୧୮ତାରିଖ ୨ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବ ରେ ମୁଖ୍ଯ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଝୁନୁ ବେହେରା ଉପସ୍ଥିତ ଥିବାବେଳେ ସମ୍ମାନୀୟ ଅତିଥି ଭାଵେ ସୁଶୀଲ ଦେହୁରୀ ମୋ ସ୍କୁଲ ଅଭିଯାନ କମିଟି ସଭାପତି ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। କ୍ରୀଡା ଶିକ୍ଷକ ସୁଧାଂଶୁ ଶେଖର ରାଉତ, ଅତିଥି କ୍ରୀଡା ବାର୍ଷିକ ସାଧୁ ଚରଣ ସରକାରୀ ବିଦ୍ୟାଳୟ ବିରନରସିଂପୁର -ଶ୍ୟାମ ସୁନ୍ଦର ସେଠି କ୍ରିଡା କୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ବାର୍ଷିକ କ୍ରିଡା ରେ ଶିକ୍ଷକ ରମେଶ କୁମାର ସାମଲ, ଉମାକାନ୍ତ ଦେହୁରୀ, ବିଶ୍ୱଜିତ ପ୍ରଧାନ, ଅମରେନ୍ଦ୍ର ମହାକୁଡ଼, ଲିନା ରାଉତରାୟ, ଶୁଭେନ୍ଦୁ ରଞ୍ଜନ ଖମାରି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କ୍ରୀଡାରେ ୧୦୦ଓ ୨୦୦ମିଟର ଦୌଡ଼, ହାଇ ଜମ୍ପ,ଲଙ୍ଗ ଜମ୍ପ, ଜାଭଲିଙ୍ଗ, ଡିସ୍କ ଥ୍ରୋ ଇଦ୍ୟାଦି ପ୍ରତିଯୋଗିତା ହୋଇଥିଲା!ଏହି କ୍ରୀଡାରେ କୃତି ଛାତ୍ର ଛାତ୍ରୀ ଙ୍କୁ ନେଇ ଆସନ୍ତା ଜାନୁଆରୀ ହରଭଙ୍ଗା ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ବାବା ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସରସରା ଠାରେ ହେବାକୁ ସ୍ଥିରୀକୃତ ହୋଇଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଥିଲେ। You Might Like View all ଚହଗାଁ ପଞ୍ଚାୟତର ଘଣ୍ଟବାହାଲି ଗ୍ରାମବାସି ମାନଙ୍କ ପାଇଁ ରାସ୍ତା ସାତସପନMarch 25, 2025ସିନ୍ଧେକେଲାକୁ ସ୍ୱତନ୍ତ୍ର ବ୍ଲକ ମାନ୍ୟତା ଦାବି ଉପସ୍ଥାପନ କୁ ନେଇ ସଂକଳ୍ପ ସଭା , ଜନ ପ୍ରତିନିଧି , ସମାଜସେବୀ , ରାଜନୈତିଜ୍ଞ , ସାମ୍ବାଦିକ , ବ୍ୟାପାରି ସମସ୍ତେ ସାମିଲMarch 25, 2025ପାନୀୟ ଜଳ ସମସ୍ୟା ପ୍ରତିବାଦରେ ରାସ୍ତା ଅବରୋଧMarch 25, 2025
ସିନ୍ଧେକେଲାକୁ ସ୍ୱତନ୍ତ୍ର ବ୍ଲକ ମାନ୍ୟତା ଦାବି ଉପସ୍ଥାପନ କୁ ନେଇ ସଂକଳ୍ପ ସଭା , ଜନ ପ୍ରତିନିଧି , ସମାଜସେବୀ , ରାଜନୈତିଜ୍ଞ , ସାମ୍ବାଦିକ , ବ୍ୟାପାରି ସମସ୍ତେ ସାମିଲMarch 25, 2025
Post a Comment