ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ୨ଦିନିଆଁ ବିତୀୟ ସକ୍ଷରତା ଶିବିର ଅନୁଷ୍ଠିତ


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଓ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ୨ଦିନ ଧରି ବିତୀୟ ସକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି!ଓଡିଶା ବ୍ୟାଙ୍କିଙ୍ଗ ବିତୀୟ ଓ ଉଦ୍ୟୋଗୀ ବିକାଶ ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ବ୍ୟାଙ୍କ ର ଅବସରପ୍ରାପ୍ତ ଉପମହାପ୍ରବନ୍ଧକ ବିଜୟ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବ୍ୟାଙ୍କ ସେବା, ସରକାରଙ୍କ ସାମାଜିକ ସୁରକ୍ଷା ସ୍କିମ, ଏବଂ ବିତୀୟ ସାକ୍ଷରତାର ଆଭିମୁଖ୍ୟ ଏବଂ ଉପଯୋଗୀତା ଉପରେ ଆଲୋକପାତ କରିଥିଲେ!ଶିବିରରେ ଅନ୍ୟତମ ଅଥିତି ଅବସରପ୍ରାପ୍ତ ବି ଇ ଓ ବାଳକୃଷ୍ଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ବିତୀୟ ଯୋଜନା, ବଜେଟିଙ୍ଗ, ଏବଂ ସଞ୍ଚୟ ଉପଯୋଗୀତା ବାବଦରେ ବିସ୍ତୃତ ଆଲୋଚନା କରିଥିଲେ!ଶିବିର ପରିଚାଳନା ରେ ଉଭୟ ଅନୁଷ୍ଠାନ ର କତୃପକ୍ଷ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ।

Post a Comment

Previous Post Next Post