ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଅଣ କର୍ମଚାରୀ ଦ୍ବାରା ରାତିରେ RI କାର୍ଯ୍ୟାଳୟ ଖୋଲି ବେଆଇନ୍ କାର୍ଯ୍ୟ କରୁଥିବା ଅଭିଯୋଗ ନେଇ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ଭିତରେ ଥିବା ଦୁଇଜଣ ଅଣ କର୍ମଚାରୀ କୁ ବାହାର ପଟୁ ତାଲାବନ୍ଦ କରି ରଖିଥିବା ବେଳେ ସଂପୃକ୍ତ ସର୍କଲ ର RI ଆସି ଲିଖିତ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଅଫିସ୍ ର ତାଲା ଖୋଲିଥିଲେ। ତେବେ ଏହାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଦେଖିବାକୁ ମିଳିଥିଲା। ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ବାଲିଆପାଳ ତହସିଲ ଅଧିନ ବୋଳଂ RI କାର୍ଯ୍ୟାଳୟରେ ଗତକାଲି ସଂଧ୍ୟା ସାତଟା ପରେ ଅଫିସ୍ ଖୋଲି କାର୍ଯ୍ୟ ହେଉଥିବାର ଲୋକମାନେ ଦେଖିବାକୁ ପାଇଥିବା ବେଳେ ପାଖକୁ ଯିବାରୁ ଜାଣିବାକୁ ପାଇଲେ ଦୁଇଜଣ ଅଣ କର୍ମଚାରୀ କିଛି ଫାଇଲ୍ ଖୋଲି କାମ କରୁଛନ୍ତି। ତେବେ ଏପରି ବେଆଇନ୍ କାର୍ଯ୍ୟ ଦେଖି ବୋଳଂ ଗ୍ରାମର ମହାବୀର ମଲ୍ଲିକ ଏବଂ ତାଙ୍କର କିଛି ସମର୍ଥକ ଅଣକର୍ମଚାରୀ ଦ୍ବୟଙ୍କୁ ଭିତରେ ରଖି ବାହାରପଟୁ ତାଲା ପକାଇ ଦେଇଥିଲେ। ତେବେ RI ଅଫିସ୍ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀ ନଥାଇ କେମିତି ବେଆଇନ୍ ଭାବରେ ତାଲାଖୋଲି ପୁଣି ରାତିରେ RI ଙ୍କ ଅନୁପସ୍ଥିତିରେ କାର୍ଯ୍ୟ କରିବାକୁ ନେଇ ଦୀର୍ଘସମୟ ଧରି ଉତ୍ତେଜନା ଦେଖା ଦେଇଥିଲା। ତେବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ RI ନ ଆସିଲେ ତାଲା ଖୋଲିବନି ବୋଲି ରୋକ ଠୋକ ମନା କରିଥିଲେ। ତେବେ ବିଳମ୍ବିତ ରାତିରେ RI ଅଜିତ୍ ହେମ୍ବ୍ରମ୍ ସେଠାରେ ପହଞ୍ଚି ଲୋକଙ୍କ ସର୍ତକୁ ଲିଖିତ ଆକାରରେ ଦେବାପରେ ଅଫିସର୍ ତାଲା ଖୋଲିଥିଲେ। ତେବେ ସୂଚନାଯୋଗ୍ୟ କାର୍ଯ୍ୟାଳୟ ରେ ଦୀର୍ଘଦିନ ହେବ ରୁଦ୍ର ପ୍ରତାପ ସାହାଣୀ ଓ ସମ୍ଭୁନାଥ ଜେନା ବେଆଇନ୍ ଭାବରେ ଆର୍ ଆଇ କାର୍ଯ୍ୟାଳୟ ରେ ବେଆଇନ୍ ଭାବରେ କାର୍ଯ୍ୟ କରୁଥିଲେ। RI ଅଜିତ୍ ହେମ୍ବ୍ରମ୍ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ଦୁଇଜଣ ଅଣ କର୍ମଚାରୀ ଆଉ ଅଫିସ୍ କାର୍ଯ୍ୟ ବୁଝିବେନି ତଥା କାର୍ଯ୍ୟାଳୟ ପରିସରରେ ଥିବା ଗଛଗୁଡ଼ିକ ବେଆଇନ୍ ଭାବରେ କଟାଯାଇଥିବା ବେଳେ ତା'ର ତଦନ୍ତ ହେବ। ଲିଖିତ ପ୍ରତିଶ୍ରୁତି ପାଇବା ପରେ ସେଠାରେ ଉତ୍ତେଜନା ବନ୍ଦ୍ ହେବା ସହିତ ଅଫିସର ତାଲା ଖୋଲିଥିଲେ।ମହାବୀର ମଲ୍ଲିକ ଙ୍କ ନେତୃତ୍ବରେ ତପନ ମଲ୍ଲିକ, ଅନନ୍ତ ମଲ୍ଲିକ, ନିରଞ୍ଜନ ଜେନା, ନିବେଦନ ମଲ୍ଲିକ,ଟୁନା ଜେନା,ମିଟୁ ଶାସମଲ,ଥାଲୁ କର୍ ପ୍ରମୁଖ ସାମିଲ ହୋଇଥିଲେ।

Post a Comment