ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବ୍ଲକ ସ୍ତରୀୟ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।


ବାଲେଶ୍ଵର, (ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ସିଦ୍ଧେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟର ପରିସରରେ ଆଜି ୨ ଘଟିକା ସମୟରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ବ୍ଲକ ସ୍ତରୀୟ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବ୍ଲକ ସ୍ତରୀୟ ୨୮ ଜଣ ମେଧାବୀ ଛାତ୍ର,ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃତି ଛାତ୍ର ଛାତ୍ରୀ,ଅଭିଭାବକ ଓ ଶିକ୍ଷକ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମକୁ ଓଷ୍ଟା ସଂଘର ସଭାପତି ତଥା ପାଉଁଶକୁଲି ସରକାରୀ ରାଧାନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସାମଲ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବସ୍ତା ବ୍ଲକ ଶିକ୍ଷାଧିକାରୀ ଲଲାଟେନ୍ଦୁ କେଶରୀ ଜେନା,ମୁଖ୍ୟ ବକ୍ତା ଭାବେ ପୂର୍ବତନ ଓଷ୍ଟା ସଂଘର ସଭାପତି ତଥା ଏସ.ଟି.ଏଫ.ଆଇ ର ଉପସଭାପତି ଇନ୍ଦୁ ମାଧବ ମହାନ୍ତି,ସମ୍ମାନିତ ଅତିଥି ଭାବେ ଓଷ୍ଟା ସଂଘର ପୂର୍ବତନ ଯୁଗ୍ମ ସମ୍ପାଦକ ସୃଷ୍ଟିଧର ପାତ୍ର, ଓଷ୍ଟା ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ନାୟକ, ଓଷ୍ଟା ସଂଘର ସମ୍ପାଦକ ଶ୍ରୀପତି ଚରଣ ପାତ୍ର,ପରିଚାଳନା କମିଟିର ସଭାପତି ଦେବଜିତ ଘୋଷ ପ୍ରମୁଖ ଯୋଗଦେଇ କଠିନ ପରିଶ୍ରମ ଦ୍ୱାରା ସଫଳତାର ଶୀର୍ଷରେ ପହଞ୍ଚି ହୁଏ,ପ୍ରୟାସ ଜାରି ରଖିବା ଲୋକେ କେବେ ଅସଫଳ ହୁଏ ନାହିଁ.ପୂଜ୍ୟ ପୂଜାର ନିଆରା ପରମ୍ପରା ଏହି ପ୍ରତିଭା ସମ୍ମାନ ପିଲା ମାନଙ୍କ ମଧ୍ୟରେ ସାମାଜିକ ପ୍ରତିବନ୍ଧତା ସୃଷ୍ଟି ହେଲେ ସମାଜ ଉର୍ଦ୍ଧ ମୁଖି ହେବ ବୋଲି ଅତିଥି ମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ଟ୍ରଫି ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ସମ୍ବର୍ଦ୍ଧନା ସଭାକୁ ଯତୀନ ଦାସ ଅଧିକାରୀ ପରିଚାଳନା କରିଥିବା ବେଳେ ହୃଷୀକେଶ ଜେନା ବେଦପାଠ କରିଥିଲେ।ଶେଷରେ ସିଦ୍ଧେଶ୍ୱର ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post