କଣ୍ଟାମାଳ, (ମନଧର କର୍ମୀ) କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ସୌରିବେଙ୍ଗେସ ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋଟ ୩୮ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି ।କିନ୍ତୁ ସରକାରଙ୍କ ନିୟମାନୁସାରେ ୨୫ଜଣ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢିବାରେ ଜଣେ ଶିକ୍ଷକ ନିଯୁକ୍ତି ହେବାର କଥା ।କିନ୍ତୁ ଏହି ବିଦ୍ୟାଳୟରେ ୩୮ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ପାଠ ପଢ଼ାଉଥିବା ଜଣାପଡିଛି ।ଏହି ବିଦ୍ୟାଳୟରେ ଅତି କମ୍ ରେ ଦୁଇଟି ଶିକ୍ଷକ ରହିବା କଥା ।ହେଲେ ଶିକ୍ଷା ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ କେବଳ ଜଣେ ଶିକ୍ଷକରେ ବିଦ୍ୟାଳୟରେ ପାଠପଢା ଚାଲିଛି। ଏସମ୍ପର୍କରେ ଜିଲ୍ଳା ଶିକ୍ଷା ଅଧିକାରୀ ଉଦୟନାଥ ମାଝି ଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଆଉ ଏକ ଶିକ୍ଷକ ଏହି ବିଦ୍ୟାଳୟକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ଜଣେ ଶିକ୍ଷକରେ ଚାଲିଛି ପାଠ ପଢା
ଆଜତକ ଓଡ଼ିଶା
0
Post a Comment