ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ର ବିଭିନ୍ନ ସ୍ଥାନରେ ୭୬ ତମ ସ୍ଵାଧୀନତା ଦିବସ ଓ ସ୍ଵାଧୀନତା ର ୭୫ ତମ ପୂର୍ତ୍ତି ଅମୃତ ମହୋତ୍ସବ ସୋମ ବାର ପାଳିତ ହୋଇ ଯାଇଛି। ବ୍ଲକ ରେ ଚେୟାର ମ୍ୟାନ ରଞ୍ଜିତା ନାୟକ ,ଥାନା ରେ ସୁବ୍ରତ ବେହେରା ,ଖେଳ କଲେଜରେ ସଭାପତି ଡକ୍ଟର ଅଦ୍ୱୈତ କୁମାର ପାତ୍ର,ବାଲିଆପାଳ ଶ୍ରୀଦୁର୍ଗା କ୍ଲବ ରେ ମଧୁସୂଦନ ବାରିକ, ରୋଟାରୀ କ୍ଲବ ରେ ସଭାପତି ଅଜୟ କୁମାର ସାହୁ, ଜାମ ଶୂ ଳୀ କଲେଜରେ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ପ୍ରଧାନ, ପାହିଅସ୍ତି ବିଜୟ ବାବୁ ଛକରେ ଅଧ୍ୟାପକ ସୁକାନ୍ତ ଗିରି, ବିଜୟ କୁମାର ସାମନ୍ତ, ବାଲିଆପାଳ ଗ୍ରାମ ପଞ୍ଚାୟତ ରେ ବିଧାୟକ ନିତ୍ୟାନନ୍ଦ ସାହୁ,ସରପଞ୍ଚ ବନଲତା ଦାସ,ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ଅଣ୍ଡିଆ,ଯୁବ ନେତା ହେମନ୍ତ କୁମାର ଦାସ, ତହସିଲ ରେ ତହସିଲଦାର ଦୀପକ କୁମାର ଦାଶ ,ସୁବର୍ଣ୍ଣରେଖା କଲେଜରେ ଅଧ୍ୟକ୍ଷ ଗୌରାଙ୍ଗ ରାଉତ , ଶ୍ରୀରାମ ପୁର ଗୋପବନ୍ଧୁ କ୍ଳବ ରେ ବିଜେଡ଼ି ନେତା ବଳରାମ ସାହୁ , ଶଙ୍କର ଚରଣ ସାହୁ ପ୍ରମୁଖ ଜାତୀୟ ପତକା ଉତ୍ତୋଳନ କରିଥିଲେ।
ବାଲିଆପାଳ ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳିତ
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment