ଜଳେଶ୍ୱର ୨୧/୭(ଜଗନ୍ନାଥ ଗୋଛାୟତ) : ପ୍ରଧାନମନ୍ତ୍ରୀ ଆବସ ଯୋଜନା ଅନିୟମିତତା ସଂପର୍କରେ ବହୁକଥା ଦେଖିବାକୁ ମିଳୁଥିବା ବେଳେ ଆଜି ଜଳେଶ୍ୱର କଂଗ୍ରେସ ପକ୍ଷରୁ ୪ଦଫା ଦାବିରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ କଂଗ୍ରେସ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କହିଛି । ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଂଚାୟତ ଗୁଡିକରେ ହିତାଧିକାରୀଙ୍କ ନାମ ପ୍ରକାଶ ପାଇଛି । ଏଥିରେ ବହୁ ତ୍ରୁଟି ବିଚ୍ୟୁତି ଓ ଅନିୟମିତତା ସଂପର୍କରେ ବିଡିଓ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପୂର୍ବ ତାଲିକାରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଏବେ ନ ଥିବାର ଅଭିଯୋଗ ହୋଇଛି । ପୁଣି କେତେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ପ୍ରକାଶ ପାଇଛି । ଏପରିକି ଏକ ପରିବାରୁ ୨/୩ ହିତାଧିକାରୀଙ୍କ ନାମ ରହିଛି । ହିତାଧିକାରୀ ଚୟନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଚଞ୍ଚକତା କରିଥିବାରୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ତାଲିକାରୁ ବାଦ ପଡିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଲିକାରେ ସାମିଲ କରିବାକୁ ସେମାନେ ଦାବି କରିଛନ୍ତା ୧୦ ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ବିଡିଓଙ୍କୁ ପ୍ରଦାନ କଲାବେଳେ ବ୍ଳକ ସଭାପତି ରାଜିବ ପରିଡା, ପଦ୍ମଲୋଚନ ବେହେରା, ଜିଲା ସାଧାରଣ ସଂପାଦକ ହେମନ୍ତ ଗିରି, ସୁଶାନ୍ତ ସେଠୀ, ଆଶିଷ କୁମାର ଘୋଷ, ଖଗେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment