ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକ ରେ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି,ପ୍ଲାନ ଇଣ୍ଡିଆ ଏମ ରାଇଟ ପ୍ରୋଜେକ୍ଟ ର ମିଳିତ ସହଯୋଗ ରେ ଟୀକାଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିର ରେ ୧୩୮ ଜଣ ରୁ ଅଧିକ ଭିନ୍ନକ୍ଷମ ଟୀକା ଦିଆଯାଇଥିବା ବେଳେ କିଛି କର୍ମଚାରୀ,ଜନ ସାଧାରଣ ୩ୟ ଡୋଜ୍ ଟୀକା ନେଇଥିଲେ । ଏହି କାର୍ଯ୍ୟକ୍ରମ ଡଃ ଅଭୟ କୁମାର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅଭିନାସ ପାଣ୍ଡିଆ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ବ୍ଲକ , ସୁଧାଂଶୁ ଶେଖର ପୁଝାରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ପ୍ଲାନ୍ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ସଂଜିତ୍ କୁମାର ପଟ୍ଟନାୟକ, ବ୍ଲକ ସଂଯୋଜକ ସୁଶାନ୍ତ କୁମାର ମଣ୍ଡଳ,ଟୀକା ମିତ୍ର ଦିବ୍ୟରଞ୍ଜନ ସାହୁ,ସମୀକ୍ଷା ଜେନା,ସୁଶାନ୍ତ ସେଠି,ସ୍ମୃତିରଞ୍ଜନ ପ୍ରଧାନ,ସ୍ମୃତି ରେଖା ପଟ୍ଟନାୟକ ଓ ଚିତ୍ତରଞ୍ଜନ ବେହେରା ଯୋଗ ଦେଇଥିଲେ ଓ ଏଏନେମ୍ ଦିପ୍ତିମୟୀ ମକହୁଡ ଓ ଡିଇଓ ପଙ୍କଜ କୁମାର ବାରିକ ଯୋଗ ଦେଇଥିଲେ ।
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଆଜତକ ଓଡ଼ିଶା
0
Post a Comment