ଭାରତୀୟ ଜନତା ପାର୍ଟି ବଲାଙ୍ଗୀର ଜ଼ିଲ୍ଲା ସଭାପତି ଓ କର୍ମକର୍ତା ଙ୍କ ଜ଼ିଲ୍ଲା ପ୍ରଶାସନ ସହ ସ୍ୱଜନ୍ୟ ମୂଳକ ସାକ୍ଷାତ


ବଲାଙ୍ଗୀର ୨୫/୨ (ଲକ୍ଷ୍ମୀକାନ୍ତ ଧରୁଆ) ବଲାଙ୍ଗୀର ଜିଲ୍ଲା ଭାରତୀୟ ଜନତା ପାର୍ଟି ନବ ନିର୍ବାଚିତ ଜ଼ିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଙ୍କ ନେତୃତ୍ୱ ରେ ବିଜେପି ର ଏକ ପ୍ରତିନିଧି ଦଳ ମଙ୍ଗଳବାର ଦିନ ବଲାଙ୍ଗୀର ଜ଼ିଲ୍ଲା ପ୍ରଶାସନ ସହ ସ୍ଵଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ଭାରତୀୟ ଜନତା ପାର୍ଟି ବଲାଙ୍ଗୀର ଜ଼ିଲ୍ଲା ସଭାପତି ଭାବରେ ଶ୍ରୀ ବେହେରା ନିର୍ବାଚିତ ହେବା ପରେ ମଙ୍ଗଳବାର ଦିନ ବଲାଙ୍ଗୀର ଜ଼ିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ହୃଷିକେଶ ଖିଲାରି ଙ୍କ ସହ ସ୍ୱଜନ୍ୟ ମୂଳକ ସାକ୍ଷାତ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କୁ ସଫଳ କରିବା ସହ ଜନ ସାଧାରଣ ଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଉପରେ ଆଲୋଚନା କରାଯାଇ ଥିଲା ଏହି ଅବସର ରେ ବିଜେପି ନେତା ତଥା ବଲାଙ୍ଗୀର ବିଧାୟକ ପ୍ରାଥୀ ଗୋପାଳ ଜୀ ପାଣିଗ୍ରାହୀ, ସାଂସଦ ଜ଼ିଲ୍ଲା ପ୍ରତିନିଧି ଦିନେଶ ଶର୍ମା, ଅମିତ ସିଂ ନିନା, ଅମର ଜିତ ପଟେଲ,ଦେବବ୍ରତ ନିନା, ବଲାଙ୍ଗୀର ବ୍ଲକ ସାଂସଦ ପ୍ରତିନିଧି ପୁରୁସୋତ୍ତମ ସାହୁ, ବଲାଙ୍ଗୀର ନଗର ସଭାପତି ପାର୍ଥ କର୍ଣ୍ଣ, ଲଳିତ ଶର୍ମା, ଦେଓଗାଁ ବ୍ଲକ ସାଂସଦ ପ୍ରତିନିଧି ଶଶୀଭୂଷଣ ପାଣିଗ୍ରାହୀ, ପ୍ରଶାନ୍ତ ନାୟକ,ସୁରେନ୍ଦ୍ର ପଣ୍ଡା,ପରମେଶ୍ୱର ପଧାନ, ପ୍ରମୁଖ ଉପସ୍ଥିତ ରହିଥିଲେ ।


Post a Comment

Previous Post Next Post