ନୂଆପଡ଼ା (ପରମେଶୂରମେହେର) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ରୋକାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାରାପୁର ଗ୍ରାମର ସ୍ଵାଧୀନପୂର୍ବ ମଣିଷ ତଥା ବର୍ଷିୟାନ ଶିକ୍ଷକ ଶିବପ୍ରସାଦ ମୁଣ୍ଡ ଙ୍କ ପରଲୋକ ହୋଇଯାଇଛି।ଯେତେବେଳେ ଭାରତ ସ୍ବାଧୀନତା ଲାଭ କରି ନଥିଲା ସେହି ସମୟରୁ ସ୍ୱର୍ଗତ ମୁଣ୍ଡ ତାରାପୁର ଗ୍ରାମର ଏକ ଗରିବ ପରିବାରରେ କୃଷ୍ଣ ଚନ୍ଦ୍ର ମୁଣ୍ଡ ଙ୍କ ଜୈଷ୍ଟ ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ ।ପରେ ଭଲ ପାଠ ଅଧ୍ୟୟନ ପୂର୍ବକ ଜଣେ ଛାତ୍ର,ଛାତ୍ରି ବତ୍ସଲ ଶିକ୍ଷକ ଭାବରେ ତାଙ୍କର କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ଅଂଚଳରେ ଜଣେ ଭଦ୍ର,ଶାନ୍ତ,ମେଳାପୀ, ତଥା ପରୋପକାରୀ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିଲେ।ଏକ ବୃହତ୍ତମ ପରିବାର କୁ ପ୍ରତିପୋଷଣ କରିବା ସହିତ ନିଜ ପୁଅ,ଝିଅ ଙ୍କୁ ଉଚ୍ଚ ଶିକ୍ଷିତ କରି ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରିବା ସଙ୍ଗେ ଅନେକ ଛାତ୍ର,ଛାତ୍ରୀ ଙ୍କୁ ଗୁଣାମତ୍ତକ ଶିକ୍ଷା ପ୍ରଦାନ କରି ବଡ଼ବଡ଼ ପଦବୀ ରେ ଯୋଗ୍ୟ କରାଇଅଛନ୍ତି ।ସ୍ବର୍ଗତ ମୁଣ୍ଡ ଙ୍କ ଜନ୍ମ୦୩-୦୨-୧୯୩୧ ରେ ହୋଇଥିବା ବେଳେ ବୃଦ୍ଧା ଅବସ୍ଥାରେ ୨୧-୦୭-୨୦୨୨ ରେ୯୧ ବର୍ଷାରେ ତାଙ୍କର ତିରୋଧାନ ହୋଇଯାଇଛି।ତାଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।ଶେଷକୃତ୍ୟ ରେ ତାଙ୍କୁ ପ୍ରାଣଭଳି ଭଲ ପାଉଥିବା ପରିବାର ବର୍ଗ,ଛାତ୍ର,ଛାତ୍ରୀ, ତାଙ୍କ ସମସ୍ତ ଜ୍ବାଇଁ ,ଝିଅ ,ସମ୍ପର୍କୀୟ ବନ୍ଧୁବାନ୍ଧବ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ତାଙ୍କର ମଝିଆପୁଅ ସୁରେଶ ଚନ୍ଦ୍ର ମୁଣ୍ଡ ମୁଖାଗ୍ନି ଦେଇଥିବାବେଳେ ପାଞ୍ଚ ପୁଅ ବହୁ ସହ ଚାରି ଝିଅ ଜ୍ବାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ଶୋକସନ୍ତପ୍ତ ପରିବାରକୁ ବିଭିନ୍ନ ମହଲ ରୁ ସ୍ୱାନ୍ତନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସତଗତି କାମନା କରିଛନ୍ତି।
ସ୍ବାଧିନତା ପୂର୍ବ ମଣିଷ ତଥା ଜଣେ କର୍ତ୍ତବ୍ୟନିଷ୍ଟ ଶିକ୍ଷକ ଶିବପ୍ରସାଦ ମୁଣ୍ଡ ଙ୍କ ପରଲୋକ
ଆଜତକ ଓଡ଼ିଶା
0
Post a Comment