ବିଦେଶୀ ନକଲି ମଦ ଜବତ ସହ ଦୁଇ ଗିରଫ


ନୂଆପଡା,(ପରମେଶ୍ବର ମେହେର) ନୂଆପଡା ଜିଲ୍ଲାର ପତୋରା ଇରିଗେସନ କଲୋନୀ ଠାରେ ଏକ ଅପମିଶ୍ରିତ ବିଦେଶୀ ମଦ ରାକେଟ ଠାବ କରିବାରେ ସଫଳ ହୋଇଛି ନୂଆପଡ଼ା ଅବକାରୀ ବିଭାଗ । ସୁଚନା ଅନୁସାରେ ନୂଆପଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ ଅବକାରୀ ବିଭାଗୀୟ ଅଧିକାରୀ ହିରାବତୀ ଥାଟି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ୧୧ ଜଣିଆ ଟିମ୍ ସଦଲବଳେ ପ୍ରସ୍ତୁତ କରି ହଠାତ ଚଢ଼ାଉ କରିଥିଲେ । ନକଲି ବିଦେଶୀ ମଦ ସମୁଦାୟ ୧୦.୩୫୦ ଲିଟର, ଅପମିଶ୍ରିତ ବିଦେଶୀ ମଦ ୧୨ ଲିଟର ସମେତ ଠିପି ୩୯୯ ଖଣ୍ଡ, ମଦ ବୋତଲ ଜବତ କରିବା ରେ ସଫଳ ହୋଇଛନ୍ତି।ଏହି ରାକେଟ ରେ ଦୁଇଜଣ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ସେମାନେ ହେଲେ ବିରେନ୍ଦ୍ର ଗୁପ୍ତା ( ୪୦ ) ବର୍ଷ ପୋଲିସ ଷ୍ଟେସନ ପଣ୍ଡୁଆ ଜିଲ୍ଲା ପାଲାମୁ ରାଜ୍ୟ-ଝାରଖଣ୍ଡ , ଅନ୍ୟ ଜଣେ ହେଲେ ମିଥିଲେଶ କୁମାର(31)ବର୍ଷ , ପୋଲିସ ଷ୍ଟେସନ:-ନୋଖା ଜିଲ୍ଲା:-ରାହୋତୋଷ, ରାଜ୍ୟ:-ବିହାର ଅଟେ। ତାଙ୍କ ବିରୁଦ୍ଧରେ ଅବକାରୀ ଆଇନ ଧାରା -ୟୁ/ଏସ-୫୧(ଏ) ୫୯(ଡି)୬୨(୧) ଧାରା ରେ ଗିରଫ କରି କୋର୍ଟ କୁ ଚାଲାଣ କରାଯାଇଛି ।ଏହି ରେକେଟ କୁ ଧରିବାପାଇଁ ଶ୍ରୀମତୀ ଥାଟି ଯେଉଁ ଟିମ୍ ପ୍ରସ୍ତୁତ କରି ସଫଳତା ହାସଲ କରିଥିଲେ ସେମାନେ ହେଲେ ,ସବ ଇନସ୍ପେକ୍ଟର ମଙ୍ଗଲ ଛତ୍ରିଆ, ଏଏସଆଇ ଗୁପ୍ତେଶ୍ୱର ପଟେଲ, ଏଏସଆଇ ସୋନା ମାଝୀ, ଏଏସଆଇ ହିଙ୍ଗୁଳା ଦାସ, କନେଷ୍ଟବଳ ଦେବିରାଗ ମାଝୀ , ସଞ୍ଜିବ ସୁନା, ଗିରେନ୍ଦ୍ର କଣ୍ଟା, ମୁରଲୀଧର ଶବର, ପୂର୍ଣ୍ଣିମା କହ୍ନେର,ରୀତାଞ୍ଜଳୀ ଶବର ।

Post a Comment

Previous Post Next Post