ଡାକ୍ତର ଙ୍କ ଭୁଲ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ମହିଳାଙ୍କ ମୃତ୍ୟୁ ଘଟଣା : ତିନି ଜଣୀଆ ଡାକ୍ତରୀ ଦଳ ତଦନ୍ତ ଆରମ୍ଭ


ନୂଆପଡା (ପରମେଶୂର ମେହେର) ଡ଼ିପିସି ପୋଷ୍ଟ, ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଭୁଲ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଭୁବନେଶ୍ଵର ରୁ ତିନି ଜଣିଆ ଡ଼ାକ୍ତରୀ ପ୍ରତିନିଧି ଦଳ ଆସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପରିବାର ଲୋକଙ୍କୁ ସାକ୍ଷାତ କରି ଘଟଣାର ସତ୍ୟା ସତ୍ୟ ତଥ୍ୟ ସଂଗ୍ରହ କରିଛନ୍ତି। ୧୧ ତାରିଖ ଦିନ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର କୁ ଯାଇଥିଲେ। ସେଠାରେ ଡ଼ଃ. ଦୀନବନ୍ଧୁ ମହାନନ୍ଦ ତାଙ୍କ ଅସ୍ତ୍ରୋପଚାର କରିଥିବା ବେଲେ ତ୍ରୁଟି ପୂର୍ଣ୍ଣ ଅସ୍ତ୍ରୋପଚାର କରିଥିବା ଅଭିଯୋଗ କରିଥିଲେ। ତାଙ୍କ ରକ୍ତଶ୍ରାବ ରୋକି ପାରିଲେ ନାହିଁ। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ରେ ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ରହିଥିଲେ। ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ବୁର୍ଲା କୁ ୧୬ ତାରିଖ ଦିନ ସ୍ଥାନାନ୍ତର ହୋଇଥିଲେ। ଚିକିତ୍ସା ଅବସ୍ଥା ରେ ଗତ ୧୭ ତାରିଖ ଦୀପା କୈବର୍ତ୍ତ ମୃତ୍ୟୁ ହୋଇଥିଲା । ମୃତ ମହିଳାଙ୍କ ଘଟଣାର ସତ୍ୟା ସତ୍ୟ ତଦନ୍ତ ଆରମ୍ଭ ହୋଇଅଛି। ଘଟଣା ଚାପିବା ପାଇଁ ପ୍ରୟାସ କରାଯାଇଥିଲା। ଆର୍ଥିକ ପ୍ରଲୋଭନ ଦିଆଯାଉଥିବା ବେଳେ ସ୍ବାମୀ ଅଧିକ ଟଙ୍କା ଆଶା କରୁ ଥିବାର ସୂଚନା ମଧ୍ୟ ଜଣାପଡିଛି।ମହିଳାଙ୍କୁ ନ୍ୟାୟ ଦେବ କିଏ? ଅନାଥ ଶିଶୁଙ୍କ ଭବିଷ୍ୟତ କଣ? ୪ ଲକ୍ଷ ସହାୟତା?ସମୁଦ୍ର କୁ ସଂକ୍ଷେ ପାଣି। ଜୀବନ ର ମୂଲ୍ୟ କଣ ଏତେ କମ ? ଯଦିଓ ଡାକ୍ତର ଜଣେ ଦେବଦୂତ ସାଜି ଜୀବନ ବହୁମୂଲ୍ୟ ଜୀବନ ରକ୍ଷା କରନ୍ତି ତେବେ ଏଭଳି ଭୁଲ ଚିକତ୍ସା ନୂଆପଡ଼ା ଜିଲ୍ଲା ରେ ଅଭିଯୋଗ ହୋଇଆସୁଛି,କିନ୍ତୁ ତଦନ୍ତ ନାମରେ କେବଳ ଲୋକ ଦେଖାଣୀଆ ।ତଦନ୍ତ ପରେ କାର୍ଯଅନୁଷ୍ଠାନ କୁ ନେଇ ଅଞ୍ଚଳ ବାସୀ ଅପେକ୍ଷା କରିଛନ୍ତି ା

Post a Comment

Previous Post Next Post