ଖରିଆର ରୋଡ଼,(ଆଜତକ୍ ଓଡ଼ିଶା) ରିଖ ବୁଧବାର ଦିନ ବ୍ୟାଙ୍କ ଅଫ ବରୋଦା ର ୧୧୫ ବର୍ଷ ପୁର୍ତ୍ତି ଅବସରରେ ବ୍ୟାଙ୍କ ଅଫ ବରୋଦା ଖରିଆର ରୋଡ ଶାଖା ଦ୍ୱାରା ଗ୍ରାମ ପଞ୍ଚାୟତ ବୁଢ଼ୀପାଲି ଅନ୍ତର୍ଗତ ଗ୍ରାମ : ଅମଳିଦାଦର ରେ ଏକ କାର୍ଯ୍ୟକ୍ରମ ରଖାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତି ଓ ମହିଳା ଉପସ୍ଥିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ବାସୀଙ୍କୁ ୧୧୫ ବର୍ଷ ପୁର୍ତ୍ତି ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ବ୍ୟାଙ୍କ ର ବିଭିନ୍ନ ଯୋଜନା, ସେବା ଓ ଉପକାରିତା ବିଷୟରେ ଅବଗତ କରାଯାଇଥିଲା । ଏହି ଅବସରରେ ଗ୍ରାମର ଅସହାୟ, ଗରିବ ବୃଦ୍ଧାବୃଦ୍ଧି ଙ୍କୁ ଧୁତି ଓ ଶାଢ଼ୀ ବ୍ୟାଙ୍କ ଅଫ ବରୋଦା ଦ୍ୱାରା ବଣ୍ଟନ କରାଯାଇଥିଲା । ଏହି ଶୁଭ ଅବସରରେ ବ୍ୟାଙ୍କ ଅଫ ବରୋଦା ଖରିଆର ରୋଡ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ସୁମିତ କୁମାର ପଣ୍ଡା, ସହ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ଗୁରୁଚରଣ ମେହେର, ଶ୍ରୀ ବଜରଙ୍ଗ ମାଝୀ, ଶ୍ରୀ ସୁନୀଲ କୁମାର ପାଣି, ଶ୍ରୀ ବିନୋଦ ଦାସ ଓ ବ୍ୟାଙ୍କ ମିତ୍ର ଶ୍ରୀମତୀ ସୁନିତା ଦଣ୍ଡସେନା ଓ ଗ୍ରାମର ଭଦ୍ରବ୍ୟକ୍ତି ଓ ମହିଳା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
ବ୍ୟାଙ୍କ ଅଫ ବରୋଦାର ୧୧୫ ବର୍ଷ ପୁର୍ତ୍ତିରେ ଖରିଆର ରୋଡ଼ ଶାଖା ଦ୍ୱାରା ଗ୍ରାମ ଅମଳିଦାଦର ବୃଦ୍ଧାବୃଦ୍ଧିଙ୍କୁ ଧୁତି ଓ ଶାଢ଼ୀ ବଣ୍ଟନ
ଆଜତକ ଓଡ଼ିଶା
0
Post a Comment