ପଖନମୁଣ୍ଡା ବିଦ୍ୟାଳୟରେ କମିଟି ବୈଠକ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।କମିଟିର ସଭାପତି ଶ୍ରୀ କୈବଲ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଂଚ ଶ୍ରୀମତି, ସମିତି ସଭ୍ୟା ଶ୍ରୀମତି, ନୂତନଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶ ଓ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୂର୍ଯ୍ୟକାନ୍ତ ରଣା ଉପସ୍ଥିତ ଥିଲେ।ସର୍ବ ପ୍ରଥମେ କମିଟି ତରଫରୁ ନବ ନିର୍ବାଚିତ ସରପଂଚ ବିନୋଦିନୀ ନାଗ,ସମିତି ସଭ୍ୟା ରଜନୀ ତାଣ୍ଡୀଓ ପ୍ରଧାନ ଶିକ୍ଷକ ଶ୍ରୀ ଦାଶଙ୍କୁ ପୁଷ୍ପଗୁଛ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀ ଦାଶ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି କହିଥିଲେ।ବିଦ୍ୟାଳୟର ଦୁଇଟି କୋଠରୀକୁ ମରାମତି,ମିନିପାର୍କ ଓ ନୂତନ ନଳ କୂପ ଖନନ ପାଇଁ ସରପଂଚଙ୍କୁ ଅନୁରୋଧ କରିଥିଲେ।ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ଓ ନିୟମିତ ବିଦ୍ୟାଳୟକୁ ଆସିବା ପାଇଁ ସମସ୍ତେ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ।ତାପରେ ବିଦ୍ୟାଳୟ ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ସମସ୍ତେ ମିଶି ବୃକ୍ଷ ରୋପଣ କରିଥିଲେ।ଏହି ସଭାରେ ଶିକ୍ଷକ ମନୋଜ ତାଣ୍ଡୀ, ଆଲେଖ ବନଗୋଲା,କାନ୍ତ ନାଗ,ଡମନ ମାଝୀ,ଯୁଗେଶ୍ୱର ମାଝୀ, ନବଘନ ପୁଝାରି,ରୁକ୍ମୁଣୀ ମାଝୀ, ନରେନ୍ଦ୍ର ମାଝୀ,ଭରତ ନାଗ,,ବିଶେଶ୍ୱର ମୁଦୁଲି ଆଦି ଉପସ୍ଥିତ ଥିଲେ।

Post a Comment

Previous Post Next Post