ଏଲ.କେ.ବି.କେ ତରଫରୁ N 95 ମାସ୍କ ବଣ୍ଟନ ଏବଂ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

 


ବୌଦ୍ଧ,(ଆଜତକ୍ ଓଡ଼ିଶା) ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ କେ ବି କେ ତରଫରୁ ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ N 95  ମାସ୍କ ବଣ୍ଟନ କରାଯାଇଛି । କରୋନା ର ତୃତୀୟ ଲହର କୁ ଆଖି ଆଗରେ ରଖି ଏହି  କାର୍ଯ୍ୟକ୍ରମ ହୋଇଛି।  କିପରି ଶିଶୁ ମାନେ ସୁରକ୍ଷିତ ରହିବେ ସେ ସମ୍ପର୍କରେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା  ପ୍ରଧାନ  ବିସ୍ତୃତ ଭାବରେ ବୁଝାଇଥିଲେ । ଏଥି ସହିତ ବାଲ୍ୟ ବିବାହ ସମ୍ପର୍କରେ ସଚେତନତା   କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।


ନିଜ ଅଞ୍ଚଳରୁ ବାଲ୍ୟ ବିବାହ ବନ୍ଦ୍ କିପରି କରିବା ଏବଂ ନିଜ ଅଞ୍ଚଳରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ  ୧୦୯୮ କୁ ଯୋଗାଯୋଗ କରିବା ପାଇଁ ଏଲ କେ ବି କେ ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ସମସ୍ତ ଛାତ୍ର ଛାତ୍ରୀ  ମାନଙ୍କୁ ଜଣାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ତତ୍ବାବଧାନରେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏଭଳି ସଚେତନତା କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ମଧ୍ୟ ପ୍ରଦାନ କରିଥିଲେ ।ଅନୁଷ୍ଠାନର କର୍ମୀ ପ୍ରତାପ ମେହେର ଏବଂ ସୁପ୍ରିୟା ଦେହୁରୀ  ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ  ପ୍ରଦୀପ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।



ବୌଦ୍ଧରୁ  ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

Previous Post Next Post