ନେତାଜୀ ପ୍ରିମିୟର ଲିଗ ସିଜିନ-୩ର ଉଦ୍‌ଘାଟନ


ଜଳେଶ୍ୱର, ୨୫ । ୦୨ (ଜଗନ୍ନାଥ ଗୋଚ୍ଛାୟତ) : ଜଳେଶ୍ୱର ନବଜ୍ୟୋତି କ୍ରୀକେଟ ଏବଂ ଫୁଟବଲ କ୍ଲବ ଆନୁକୂଲ୍ୟରେ ନେତାଜୀ ପ୍ରିମିୟର ଲିଗ ସିଜିନ-୩ର ଶୁଭାରମ୍ଭ ଜଳେଶ୍ୱର ଷ୍ଟାଡୟିମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ଏସ୍‌.ଡି.ପି.ଓ ଦିଲ୍ଲୀପ କୁମାର ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ଆମ ଅଂଚଳରେ ଲୁକ୍କାୟିତ ପ୍ରତିଭା ମାନଙ୍କର ବିକାଶ ପାଇଁ ଏହିପରି କ୍ଲବ ମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିତାଂଶୁ ସେନାପତି, କ୍ଲବର ସଭାପତି ବିଭୂତି ଭୂଷଣ ବ୍ରହ୍ମ, ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଦାସ, ଉମାକାନ୍ତ ଜେନା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରିମିୟର ଲିଗରେ ଆଇସିସି ଫାଇଟର, ମାନସ ଇଲେଭେନ, ରାଜନନ୍ଦିନୀ, ଆରଆର ଇଲେଭେନ, ଭାଗ୍ୟଶ୍ରୀ ଇଲେଭେନ, ହକ୍କର ଇଲେଭେନ ମୋଟ ୬ଟି ଟିମ ଭାଗ ନେଇଛନ୍ତି । ଖେଳକୁ ପରିଚାଳନା ପାଇଁ ଏମ୍ପାୟାର ଭାବେ କୁମାର ଚନ୍ଦନ, ରାଜୀବ ପାତ୍ର ଓ ପ୍ରଦୀପ ପରିଚାଳନା କରିବେ । ଏହି ଖେଳ ୨୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨ତାରିଖରେ ଫାଇନାଲ ଖେଳ ସହିତ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଖେଳ ପୂର୍ବରୁ ଖେଳାଳି ମାନଙ୍କର ନିଲାମ ପ୍ରକ୍ରୀୟା ଦ୍ୱାରା ୯୦ଜଣ ଖେଳାଳୀଙ୍କ ମଧ୍ୟରୁ ବିଭିନ୍ନ ଟିମ ପକ୍ଷରୁ କ୍ରୟ କରାଯାଇଥିଲା । ଫାଇନାଲ ଖେଳରେ ବିଜୟୀ ଦଳକୁ ନଗଦ ୭୫ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ଓ ରନର୍ସ ଅପ ଦଳକୁ ୫୫ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି କ୍ଲବ ପକ୍ଷରୁ ପ୍ରକାଶ କରାଯାଇଛି ।

Post a Comment

Previous Post Next Post