ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁନେଇ ତେଜୁଛି ଟିଟିଲାଗଡ଼ଜିଲ୍ଲା ଦାବୀ l


ଟିଟିଲାଗଡ଼,( ଆଜତକ୍ ଓଡ଼ିଶା ) ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଡାକବଙ୍ଗଳା ଠାରେ ଆସନ୍ତା ବାଇଶି ତାରିଖରେ ଟିଟିଲାଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁନେଇ ପୁଣିଥରେ ଟିଟିଲାଗଡ଼ଜିଲ୍ଲା ଦାବୀ ଦୋହାରିବା ପାଇଁ ଗରିବସେନା ସଭାପତି ଶ୍ରୀ ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ଼ଜୁ ଜିଲ୍ଲା ଘୋଷଣା କରିବାପାଇଁ ଦୀର୍ଘଦିନରୁ ଜନସାଧାରଣଙ୍କ ଦାବୀ ରହିଛି । ଆଜି ପର୍ଯ୍ୟନ୍ତ ଟିଟିଲାଗଡ଼କୁ ଅଣଦେଖା କରାଯାଉଛି । ଆମ ଅଞ୍ଚଳର ମୁଖ୍ୟଦାବୀ ରହିଛି ଟିଟିଲାଗଡ଼ଜିଲ୍ଲା । ଟିଟିଲାଗଡଅଞ୍ଚଳର ଜନସାଧାରଣ ବହୁତ ପରୀକ୍ଷା ଦେଇସାରିଲେଣି ଆଉ ପରୀକ୍ଷାନକରି ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା କରାଯାଉବୋଲି ବୀରେନ୍ଦ୍ର ବାଗ ବକ୍ତବ୍ୟ ରଖିଥିଲେ । ଆସନ୍ତା ବାଇଶି ତାରିଖଦିନ ଟିଟିଲାଗଡ଼ଜିଲ୍ଲାଦାବୀ କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରାନ୍ତୁ ବୋଲି ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ ବୈଠକରେ ଟିଟିଲାଗଡ଼ର ଅନେକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Post a Comment

Previous Post Next Post