ଉଚ୍ଚ ଶିକ୍ଷା ନିମନ୍ତେ ସୁଶ୍ରୀ ହେମେଶ୍ଵରୀ ମାଝୀଙ୍କୁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡ଼ା ଦ୍ୱାରା ଆର୍ଥିକ ସହଯୋଗ

ନୂଆପଡ଼ା (ଆଜତକ୍ ଓଡ଼ିଶା) ନୂଆପଡ଼ା ଜିଲ୍ଲା ସଦର ମହକୁମା ର ଜଣେ ଝିଅ ମଶାନକୁଣ୍ଡା ଗାଁ ର , ଯେ କି ବାପା ଛେଉଣ୍ଡ , ତା'ର ମାଁ ବଡ଼ କଷ୍ଟେ ମଷ୍ଟେ କୁଳି ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଝିଅର ବାପା ପେନବାସୀ ଭଗତ ମାଝୀ ଙ୍କ କିଛି ଶାରୀରିକ ସମସ୍ୟା ଯୋଗୁଁ ୨୦୧୧ ମସିହାରେ ମୃତ୍ୟୁ ହୋଇଯାଇଥିଲା । ଭଗତ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କୁ ସମ୍ଭାଳିବା ପାଇଁ ପୁରୁଷ ଲୋକ ତାଙ୍କ ଘରେ ଆଉ କେହି ନାହାନ୍ତି । ବର୍ତ୍ତମାନ ପରିବାରରେ ତାଙ୍କ ସ୍ତ୍ରୀ ତିରୁମାୟା ଶକୁନ୍ତଳା ଜଗତ (ଗଉରା କଳସ ସମିତି ସଦସ୍ୟା), ବଡ଼ ଝିଅ ହେମେଶ୍ବରୀ ମାଝୀ ଆଉ ଜଣେ ଝିଅ ଦଶମ ଶ୍ରେଣୀ ରେ ପଢୁଛି ଏବଂ ଛୋଟ ପିଲାଟା ସପ୍ତମ ଶ୍ରେଣୀରେ ପଢ଼ୁଅଛି । ବଡ଼ ଝିଅ ସୁଶ୍ରୀ ହେମେଶ୍ଵରୀ ମାଝୀ (କାଜଲ), ବର୍ତ୍ତମାନ ସେ National College Nuapada ରେ ଯୁକ୍ତ ତିନି ଦ୍ଵିତୀୟ ବର୍ଷ କଳା (History Honrs) ପଢ଼ୁଛନ୍ତି । ସେ ଦଶମ ଶ୍ରେଣୀରେ ୬୩% ମାର୍କ ରଖି ପାସ କରିଥିବା ବେଳେ +୨ Science (OAV Negipali) ରେ 64% ମାର୍କ ରଖି ପାସ କରିଛନ୍ତି l ବର୍ତ୍ତମାନ Odisha D.El.Ed/CT Exam 2023 ରେ Science category ରେ ୩୭.୫ ନମ୍ବର ରଖି CT entrance Exam ରେ Qualified ହୋଇ First selection ରେ ସେ District Institution of education & Training (D.I. E.T) Nuapada ରେ ପାଠ ପଢ଼ିବା ପାଇଁ ଚୟନ ହୋଇଥିଲେ l କିନ୍ତୁ ଝିଅର admission କରାଇବା ନିମନ୍ତେ ତାଙ୍କ ମାଁ ପାଖରେ ଆର୍ଥିକ ସମସ୍ୟା ଦେଖା ଦେଇଥିଲା । ଏହି ଖବର ଟି ଟ୍ରଷ୍ଟ ର ସଦସ୍ୟ ତିରୁ. ପିତାମ୍ବର ମାଝୀ ଆଜ୍ଞା ଙ୍କ କାନରେ ପଡ଼ିଲା ପରେ ଟ୍ରଷ୍ଟଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଅବଗତ କରାଇଥିଲେ । ଯାହା ଫଳରେ ଖବର ଟି କୁ ଅନୁସନ୍ଧାନ ଓ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଏବଂ ଟିକିନିଖି ବିଚାର କଲା ପରେ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ହେମେଶ୍ଵରୀ ମାଝୀ ଙ୍କୁ +୩ ଦ୍ଵିତୀୟ ବର୍ଷ ର Re-admission ପାଇଁ ୫୫୦୦/- (ପାଞ୍ଚ ହଜାର ପାଞ୍ଚ ଶହ ଟଙ୍କା ) ଏବଂ C.T (D.EI.Ed) Admission ନିମନ୍ତେ ୩୦୦୦/- (ତିନି ହଜାର ଟଙ୍କା ) ମୋଟ Rs.୮୫୦୦/- (ଆଠ ହଜାର ପାଞ୍ଚ ଶହ ଟଙ୍କା ) ସହଯୋଗ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟ ର ସଦସ୍ୟ ତିରୁ. ପିତାମ୍ବର ମାଝୀ, ତିରୁ ମୋହନ ପ୍ରସାଦ ମାଝୀ (ପଞ୍ଚ କୁଲିଆବନ୍ଧା), ତିରୁ. ନବୀନ ମାଝୀ (ପଞ୍ଚ ମାସାନକୁଣ୍ଡା), ତିରୁ.ଗୋବିନ୍ଦ ମାଝୀ, ତିରୁ.ଧନସିଂହ ମାଝୀ, ତିରୁ. ଧନିରାମ ମାଝୀ ଏବଂ ଗଉରା କଳସ ସମିତି ମାତୃଶକ୍ତି ସଦସ୍ୟ ଉପସ୍ଥିତ ହୋଇ ହେମେଶ୍ଵରୀ ମାଝୀ ଙ୍କୁ ଆଗକୁ ବଢ଼ିବା ପାଇଁ ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରିଥିଲ।

Post a Comment

Previous Post Next Post