ଗର୍ଭବତୀ ମହିଳାଙ୍କୁ ପ୍ରଥମ ଡୋଜ କରୋନା ଟୀକା ପ୍ରଦାନ


ବୌଦ୍ଧ : (ଆଜତକ୍ ଓଡ଼ିଶା) ବୌଦ୍ଧ ବ୍ଲକ ଜହ୍ନ।ପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଉଁଶୁଣି ମେଡିକାଲ ତରଫରୁ ଗର୍ଭବତୀ ମହିଳାଙ୍କୁ ପ୍ରଥମ ଡୋଜ୍ କରୋନା  ଟୀକା ସୋମବାର ପ୍ରଦାନ କରାଯାଇଥିଲା। ସକାଳ ୮ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଟୀକା କରଣ କାର୍ଯ୍ୟକ୍ରମ ଚାଲିଥିଲା। ପ୍ରାୟ ୧୫ ଟି ଗ୍ରାମରୁ ଗର୍ଭବତୀ ମହିଳାମାନେ ଆସିଥିଲେ। ଏଥିରେ ୧୩୦ ଜଣ ମହିଳାଙ୍କୁ କରୋନା ଟୀକା ପ୍ରଦାନ କରାଗଲା। ଟୀକା ନେଲା ପରେ ମହିଳା ମାନଙ୍କ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେଉନାହିଁ। ଟୀକା ନେଲା ପରେ ସେଠାରେ ଅଧ ଘଣ୍ଟା ରହିବାକୁ କୁହାଯାଇଥିଲା । ଡାକ୍ତର ବହୁତ ପରୀକ୍ଷା ନିରୀକ୍ଷା କଲାପରେ ଗର୍ଭବତୀ ମହିଳାମାନେ କରୋନା ଟୀକା ନେଇ ପାରିବେ ବୋଲି କୁହାଯାଇଥିଲା ।


 ସେମାନେ ଟୀକା ନେଲା ପରେ କରୋନା ଦାଉରୁ ରକ୍ଷା ପାଇ ପାରିବେ, ଗୁରୁତର ହେବେ ନାହିଁ କିମ୍ବା ଆଇସି ୟୁରେ ଭର୍ତ୍ତି ହେବେ ନାହିଁ। ଯାହା ଫଳରେ ସବୁ ବର୍ଗର ଗର୍ଭବତୀ ମହିଳା ମାନେ କରୋନା ଟୀକା ନେଇ ପାରିବେ। ଏହି ଅବସରରେ ଜହ୍ନ।ପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ରମାକାନ୍ତ ନନ୍ଦଙ୍କ ଦ୍ଵାରା ଜହ୍ନ।ପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗର୍ଭବତୀ ମହିଳା ମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଥିଲା। ଏଥିରେ ଦୁଇ ଜଣ ଏଏନଏମ ନର୍ମଦା ନାଏକ (ମୋବାଇଲ ହେଲଥ ଟିମ୍) ଓ ଲିଜା ରାଣୀ ପ୍ରଧାନ (କାରୋନା ଏଏନଏମ ) ସହଯୋଗ କରିଥିଲେ। କୋଭିଡ ଡିଓ ଲକ୍ଷ୍ମଣ ବଘାରଙ୍କ ଦ୍ଵାରା ଖାତା ପଞ୍ଜିକରଣ କରାଯାଇଥିଲା। ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ପୋଗ୍ରାମ ମ୍ୟାନେଜର ସୁଧାଂଶୁ ପ୍ରଧାନ ଏସବୁ କାର୍ଯ୍ୟର ତଦାରଖ କରିଥିଲେ।


ବୌଦ୍ଧରୁ  ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post