ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସମସ୍ୟା କୁ ନେଇ ମନମୁଣ୍ଡା ଏସ. ଡି.ଓ ବିଦ୍ୟୁତ ବିଭାଗ ଅଫିସ ଘେରାଉ ଓ ଦାବୀ ପତ୍ର ପ୍ରଦାନ

 


ବୌଦ୍ଧ : (ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା  ବିଜେପି ତରଫରୁ  କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ମନମୁଣ୍ଡା  ଏସ.ଡି.ଓ ବିଦ୍ୟୁତ  ବିଭାଗ  ଅଫିସ  କୁ  ଘେରାଉ  କରାଯାଇ  ପାଞ୍ଚ  ଦଫା  ଦାବୀ  ନେଇ  ଜିଲ୍ଲା ସଭାପତି ଶ୍ରୀ  ବିପ୍ର ଚରଣ ମହାନ୍ତି ଙ୍କ ସହ ବିଧାୟକ ପ୍ରାର୍ଥୀ  ଶ୍ରୀ କହ୍ନାଇ  ଚରଣ ଡାଙ୍ଗ ଙ୍କ   ନେତୃତ୍ବରେ ଏକ ଦାବି ପତ୍ର ପ୍ରଧାନ କରାଯାଇଥିଲା l ପାଞ୍ଚ ଗୋଟି  ଦାବୀ  ହେଲା  ବର୍ଦ୍ଧିତ  ବିଦ୍ୟୁତ ଶୁଳ୍କ  ପ୍ରତ୍ୟାହାର ,  ଲୋ  ଭୋଲଟେଜ୍  ଠିକ୍  କରିବା,    ଅଘୋଷିତ  ବିଦ୍ୟୁତ  କାଟକୁ ବନ୍ଦ  କରିବା, କୃଷି  କ୍ଷେତ୍ର  କୁ ସବସିଡି ଦେବା ପୁରୁଣା  ବକେଆ ବିଲକୁ   ଜୁଲୁମ ବନ୍ଦ  କରି  ବିଦ୍ୟୁତ  ଯୋଗାଣ  କରିବା ପ୍ରମୁଖ  ଦାବି i ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା  ସଭାପତି ଅଟଳ ପ୍ରଧାନ,  ତାପସ ପଟ୍ଟନାୟକ,  ପ୍ରେମାନନ୍ଦ ମିଶ୍ର,  ସୁଶାନ୍ତ ବାଘ ତ୍ରିବିକ୍ରମ ମହାକୁଡ଼ ,  ନିରଞ୍ଜନ କର୍ଣ୍ଣ,  ସରୋଜ  କୁମାର ମେହେର, ଯୀଶୁ ପଧାନ ,  ଶ୍ରୀକାନ୍ତ  ଭୋଇ, ରମେଶ  ମିଶ୍ର, ଓମ୍ ପ୍ରକାଶ ମିଶ୍ର,  ନାରାୟଣ  କର୍ମୀ, ଦାମୋଦର  ମିଶ୍ର ସମେତ  ବହୁତ ବିଜେପି  ନେତୃବୃନ୍ଦ  ଯୋଗ ଦେଇଥିଲେ  ।


ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post