କଣ୍ଟାବାଞ୍ଜି , ୨୭/୦୮ , ରାଜ୍ୟ ସରକାର ଅନେକ ନିୟମ ବଦଲାଉଥିବା ବେଳେ ଏବେ ରାସନ କାର୍ଡ ଉପରେ ନୂଆ ନିୟମ ବାହାର କରିଛନ୍ତି । ଯାହାକୁ ନେଇ ଗରିବ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ମଧ୍ୟବିତ୍ତ ପରିବାର ଦ୍ଵନ୍ଦରେ ପଡିଯାଇଛନ୍ତି । ଏହି ରାସନ କାର୍ଡରେ ହିତାଧିକାରୀ ଚାଉଳ ନେବାକୁ ହେଲେ ପରିବାରର ସମସ୍ତ ସଦସ୍ୟ ତାଙ୍କ ନିକଟସ୍ଥ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯାଇ ଆଧାର କାର୍ଡ କେ.ୟା.ସି. କରିବାକୁ ସରକାର ନୋଟିସ କରିଛନ୍ତି । ଅଗଷ୍ଟ ୨୨ ତାରିଖ ରୁ ସେପ୍ଟେମ୍ବର ୨୫ ତାରିଖ ଭିତରେ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ଏହି ଧାର୍ଯ୍ୟ ସମୟରେ ଯଦି କୌଣସି ହିତାଧିକାରୀଙ୍କ ପରିବାର କେ.ୟା.ସି. କରି ପାରିଲେ ନାହି ତେବେ ରାସନ କାର୍ଡରୁ ତାଙ୍କୁ ବାଦ ଦିଆଯିବ ପାଇଁ ନିୟମ ରହିଛି । ସରକାରଙ୍କ ଏହି ନିୟମ ସ୍ଵାଗତ ଯୋଗ୍ୟ କିନ୍ତୁ ଯେଉଁ ଗରିବ ଖଟିଖିଆ ହିତାଧିକାରୀ ଘର ମୁଖିଆ ନିଜ ଏବଂ ନିଜ ପରିବାର ଚଳାଇବାକୁ ବାହାର ରାଜ୍ୟରେ କାମ କରୁଛି ଏବଂ ଏଠି ପରିବାର ରହି ରାସନ କାର୍ଡରେ ଚାଉଳ ପାଉଛନ୍ତି । ତେବେ ପରିବାରର ମୁଖିଆ କିମ୍ବା ଅନ୍ୟ ସଦସ୍ୟ ସଠିକ ସମୟରେ ନିଜ ଗାଁକୁ ଆସି କେ.ୟା.ସି. କରିନପାରିଲେ ସେ ଏହି କାର୍ଡରୁ ବାଦ ପଡିବାର ସମ୍ଭାବନା ରହିଛି । ଅନେକ କାର୍ଡଧାରୀଙ୍କ ଘରେ ଛୋଟ ଛୋଟ ପିଲାଙ୍କ ଠୁ ନେଇ ବୃଦ୍ଧା ପର୍ଯ୍ୟନ୍ତ ଅନେକ ପରିବାରରେ ରହୁଛନ୍ତି । ଏଭଳି ମଧ୍ୟବିତ୍ତ ପରିବାରରେ ମଧ୍ୟ ସମାନ ସମସ୍ୟା ରହିଅଛି । ତେବେ ଏହି କେ.ୟା.ସି. କରିବାକୁ ହେଲେ ପରିବାରର ସମସ୍ତ ସଦସ୍ୟଙ୍କୁ ଏକଜୁଟ ହୋଇ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯିବାକୁ ପଡିବ । ଏଠାରେ ପ୍ରଶ୍ନ ଉଠେ ଯେ ସମସ୍ତେ ଏକଜୁଟ ହେବା , ଦୁରାନ୍ତରରେ ଥିବା ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯିବାକୁ ହେଲେ ଗାଡି ଭଡା ସୂତ୍ରରେ ଖଚ୍ଚାନ୍ତ ହେବାକୁ ପଡିବ । ଅନେକ ସମୟରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଯେଉ ମ୍ୟାସିନ ରହିଥାଏ ତାହା ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ରହିଥାଏ । ତେବେ ଚାଉଳ ନେବା ସମୟରେ ପରିବାରର ଜଣେ ସଦସ୍ୟ ଯାଉଥିବା ବେଳେ ସେ ନିଜେ କୌଣସି ବିକଳ୍ପ ବ୍ୟବସ୍ଥା କରି ଘରକୁ ଫେରିବ କିମ୍ବା ମ୍ୟାସିନ ଠିକ ହେବା ଯାଏ ଅଟକି ରହିବ । ହେଲେ କେ.ୟା.ସି କରୁଥିବା ସମୟରେ ଯଦି ମ୍ୟାସିନ ଅଚଳ ହେଲେ ଗୋଟିଏ ପରିବାରର ଏକାଧିକ ସଦସ୍ୟ ଗୋଟିଏ ଦିନ ନଷ୍ଟ ହେବା ସହ ଆହୁରି ଖର୍ଚାନ୍ତ ହେବାକୁ ପଡିବ । ଅନ୍ୟ ପକ୍ଷରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ କେ.ୟା.ସି. କରୁଥିବା କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି । ହଜାର ହଜାର ହିତାଧିକାରୀଙ୍କ କେ.ୟା.ସି. କେତେ ସମୟ ଲାଗିବ ତାହା ସହଜରେ ଅନୁମାନ କରାଯାଇ ପାରିବ । ପୂର୍ବଭଳି ପରିବାରର ଜଣେ ସଦସ୍ୟ ସମସ୍ତଙ୍କ ଆଧାର କାର୍ଡ ନେଇ କେ.ୟା.ସି କଲେ ଭଲ ହୁଅନ୍ତା ବୋଲି ଗରିବ ହିତାଧିକାରୀ ମାନେ ଦାବି କରୁଛନ୍ତି ।
ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିୟମ : ଦ୍ଵନ୍ଦରେ ଗରିବ ହିତାଧିକାରୀ
ଆଜତକ ଓଡ଼ିଶା
0
Tags
ଆଜତକ୍ ଓଡ଼ିଶା ବ୍ୟୁରୋ
Post a Comment