ଅବହେଳିତ ପଥରମନ୍ଦିର


ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା -ବଡ଼ପରା ସ୍ଥିତ ପଥରମନ୍ଦିର ଅବହେଳିତ ଅବସ୍ଥାରେ ପଡିରହିଛି । ହଜାରବର୍ଷ ପୁରୁଣାପଥରମନ୍ଦିର କୁ କେହି ଦୃଷ୍ଟି ଦେଉନଥିବାରୁ ବିକାଶ ହେଉନାହିଁ । ମନ୍ଦିରକୁ ଯିବାକୁ ପକ୍କାରାସ୍ତା ନାହିଁ । ଷ୍ଟ୍ରିଟଲାଇଟ ବ୍ୟବସ୍ଥା ନାହିଁ ଓ ପାନୀୟଜଳର ବ୍ୟବସ୍ଥା ନାହିଁ । ପାଖରେ ଥିବା ସରକାରୀ ଜମିକୁ ଅକ୍ତିଆର କରି ବ୍ୟବହାର କରୁଛନ୍ତି । ପାଚେରୀ ବ୍ୟବସ୍ଥା ନ ଥିବାରୁ ଗୋରୁଗାଈ, ଛେଳିମେଣ୍ଢା, କୁକୁର ଆଦି ଅବାଧରେ ପ୍ରବେଶ କରି ମନ୍ଦିର ପରିସର ଅପରିଷ୍କାର କରୁଛନ୍ତି । ଖରିଆର -ଭବାନୀପାଟଣା ରାଜ୍ୟରାଜପଥ ଷୋହଳରୁ ଅଧାକିଲୋମିଟର ଭିତରକୁ ମନ୍ଦିର ରହିଥିବା ବେଳେ ଲୋକଙ୍କ ଅବଗତି ନିମନ୍ତେ ସାଇନବୋର୍ଡ ଟିଏ ମଧ୍ୟଲାଗିନାହିଁ । ଭୋଟ ସମୟ ଆସିଲେ ନେତାଙ୍କ ଅନେକ ପ୍ରତିଶୃତି ମିଳିଥାଏ । ହେଲେ ଭୋଟ ସରିଗଲେ ସମସ୍ତେ ଭୁଲିଯାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେହିପରି ପଥରମନ୍ଦିର ସମସ୍ୟା ନେଇ ପ୍ରଶାସନ ଦୃଷ୍ଟିଦେଲେ ସମାଧାନ ହୋଇପାରିବ ବୋଲି ସମାଜସେବୀ ଅମରେନ୍ଦ୍ର ନନ୍ଦ ପ୍ରକାଶ କରିଛନ୍ତି ।

Post a Comment

Previous Post Next Post