ବଲାଙ୍ଗିରରେ “ଐତିହ୍ୟ ଗଣଦୌଡ଼” ଉତ୍ସାହଭରା ପରିବେଶରେ ଆୟୋଜିତ

ଆଜତକ ଓଡ଼ିଶା
0


ବଲାଙ୍ଗିର :୦୫/୦୪(ଗଣେଶ ଦାସ ):- ଓଡ଼ିଆ ପକ୍ଷ ଅବସରରେ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କ ପରିଚାଳନାରେ ଜିଲ୍ଲାସ୍ତରୀୟ “ଐତିହ୍ୟ ଗଣଦୌଡ଼” ଉତ୍ସାହଭରା ପରିବେଶରେ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ସଚେତନତା, ଯୁବ ସଶକ୍ତିକରଣ ଓ ସାମୂହିକ ଏକତାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ଥିଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ଓ ସାଂସଦ ପ୍ରତିନିଧି ଦିନେଶ ଶର୍ମା ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ହରିତ ପତାକା ଦେଇ ଦୌଡ଼ର ଶୁଭାରମ୍ଭ କରାଯାଇଥିଲା । ଗଣଦୌଡ଼ ସରସ୍ୱତୀ ଶିଶୁ ମନ୍ଦିର କଲେଜ ଛକରୁ ଆରମ୍ଭ ହୋଇ ଆର.ଏନ. ସିଂଦେଓ ସ୍ପୋର୍ଟ୍ସ କୋମ୍ପ୍ଲେକ୍ସ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ବିଭିନ୍ନ ବୟସ୍କ ଶ୍ରେଣୀର ଯୁବ, ଛାତ୍ରଛାତ୍ରୀ, ସମାଜସେବୀ ଓ କ୍ରୀଡାପ୍ରେମୀଙ୍କ ସକ୍ରିୟ ଯୋଗଦାନ ଏହାକୁ ଉତ୍ସବମୟ କରିଥିଲା । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ, ଏହି ପ୍ରକାରର ଗଣଦୌଡ଼ କାର୍ଯ୍ୟକ୍ରମ ଯୁବମାନଙ୍କୁ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରେରିତ କରିବା ସହିତ ସମାଜରେ ସାମୂହିକ ଏକତାକୁ ଶକ୍ତିଶାଳୀ କରେ। ସମ୍ମାନିତ ଅତିଥିମାନେ ସୁସ୍ଥ ଯୁବ, ସୁସ୍ଥ ଜିଲ୍ଲା ସ୍ଲୋଗାନ ସହିତ ସ୍ୱାସ୍ଥ୍ୟ, ସଚେତନତା ଓ ସାମୂହିକ ଦାୟିତ୍ୱର ପ୍ରଚାର କରାଯାଇଥିବାକୁ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ହରିଅମ ନାରାୟଣ ଦାସ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରାଜେନ୍ଦ୍ର ମାଝି, କ୍ରୀଡ଼ା ଛାତ୍ରାବାସ ଅଧୀକ୍ଷକ ପରାସର ବାଗ, ସ୍ପୋର୍ଟ୍ସ କୋମ୍ପ୍ଲେକ୍ସର ଛାତ୍ରଛାତ୍ରୀ ଓ କର୍ମଚାରୀବୃନ୍ଦ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default