ସ୍ବାଧୀନତା ସଂଗ୍ରାମୀ, ସାମ୍ବାଦିକ ଓ ସାହିତ୍ୟିକ ରାମ ପ୍ରସାଦ ସିଂହଙ୍କ ଜୟନ୍ତୀ ପାଳିତ
Sunday, April 05, 2026
0
ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ସହଯୋଗିତାରେ ଗତକାଲି ସନ୍ଧ୍ୟାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସାମ୍ବାଦିକ ଓ ସାହିତ୍ୟିକ ରାମପ୍ରସାଦ ସିଂହଙ୍କ ୧୨୨ତମ ଜୟନ୍ତୀ ଉତ୍ସବ ମାହାଙ୍ଗା ମେଡିକାଲ ବଜାର ଆଦିନାଟ୍ୟକାର ସ୍ମୃତି ମଣ୍ଡପଠାରେ ଆୟୋଜିତ ହେଇଯାଇଛି। ପରିଷଦର ସଭାପତି ଡକ୍ଟର ଭୁବନାନନ୍ଦ ସାହୁଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଫୁଲବାଣୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଜନାର୍ଦ୍ଦନ ରାଉତ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ। ବିଶିଷ୍ଟ କଥାକାର ଓ ସମାଲୋଚକ ଡକ୍ଟର ଗିରୀଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବରେ ଯେ।ଗଦେଇ ରାମ ପ୍ରସାଦ ସିଂହଙ୍କ ପ୍ରତିଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବରେଣ୍ୟ ବକ୍ତା ସ୍ବନାମଧନ୍ୟ ଗୀତିକାର ବିଶ୍ବେଶ୍ବର ମହାନ୍ତି ରାମପ୍ରସାଦଙ୍କୁ ଓଡ଼ିଆ ସାହିତ୍ୟର ବିଶିଷ୍ଟ ପ୍ରତିଭା ରୂପେ ଅଭିହିତ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ପଣ୍ଡିତ ବୈକୁଣ୍ଠ ନାଥ ପରିଡା ଓ ସେ।ମନାଥ ସାହୁ। ପରିଷଦର ବରିଷ୍ଠ ସଦସ୍ୟା ଲେଖିକା ସୁଷମା ବାରିକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଂପାଦକ ନାଟ୍ୟକାର ଭାବଗ୍ରାହୀ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଅଧ୍ୟାପକ ସତ୍ୟବ୍ରତ ବେହୁରାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ପ୍ରଫୁଲ୍ଲ କୁମାର ସିଂହ, ରସରାଜ ବୀର କିଶୋର ସ୍ବାଇଁ, ପ୍ରଫୁଲ୍ଲ କୁମାର ସାହୁ, ମନୋଜ ମହାପାତ୍ର, ରାଜ କିଶୋର ମୁଣ୍ଡି, ଅକ୍ଷୟ କୁମାର ଖଟୁଆ, କ୍ଷୀରୋଦ କୁମାର ସ୍ବାଇଁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ସାଂସ୍କୃତିକ ସଂପାଦକ ଭୂପେନ୍ ଚାଟାର୍ଜୀ, ଗୈ।ତମ ଚରଣ ଜେନା, ଡକ୍ଟର ଏକାଦଶୀ ପ୍ରଧାନ ରାମ ପ୍ରସାଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଧନ୍ୟବାଦ ଜ୍ଞାପନ କରିଥିଲେ ସଂଗଠନ ସଂପାଦକ ଅରୁଣ କୁମାର ବାରିକ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରବୀନ୍ଦ୍ରନାଥ ସିହ୍ନା, ଅଧ୍ୟାପକ ଜଗନ୍ନାଥ ନାୟକ, ଶିକ୍ଷକ ନିରଞ୍ଜନ ବେହେରା ପ୍ରମୁଖ।

