ନୂଆପଡ଼ା ମାରାଗୁଡ଼ା ଲୋକମହୋତ୍ସବ–୨୦୨୬ ପାଇଁ ବାଜିଲା ବିଗୁଲ୍: କମିଟି ସଦସ୍ୟଙ୍କ ଦ୍ଵାରା ପୋଷ୍ଟର ଉନ୍ମୋଚିତ

ଆଜତକ ଓଡ଼ିଶା
0

ନୂଆପଡ଼ା : ନୂଆପଡା ଜିଲ୍ଲାର ଇତିହାସ ଐତିହ୍ୟ ଲୋକକଳା ଓ ସଂସ୍କୃତି ର ମହାପାର୍ବଣ " ମାରାଗୁଡ଼ା ଲୋକମହୋତ୍ସବ–୨୦୨୬"ର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରଚାର ଫର୍ଦ୍ଦ (ପୋଷ୍ଟର) ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ଵରେ ଉନ୍ମୋଚିତ ହୋଇଯାଇଛି । ବିଭିନ୍ନ କମିଟିର ସଦସ୍ୟମାନଙ୍କ ଦ୍ୱାରା ଏହି ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ୍ ସିଂ, କମିଟି ସଦସ୍ୟ ତଥା ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ ପାଢ଼ୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ବାର୍ ଆସୋସିଏସନ୍ ସଭାପତି କ୍ଷିତିଶ ଅଶୋକ ବୋଧନକର, ଉପ ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, କ୍ରୀଡାବିତ୍ ସରୋଜ ସାହୁ,  ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଏ ପି ଡି କ୍ଷମାନିଧି ଭୋଇ ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଧନେଶ୍ୱର ସେଠୀ, କବି ସୁରଜିତ ସିଂ ମହରଥା,ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ,ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହାରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା , ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ମାରାଗୁଡ଼ା ଲୋକମହୋତ୍ସବ ପାଇଁ ବିଗୁଲ୍ ବାଜିଯାଇଛି । ଏହା ଲୋକଙ୍କର ମହୋତ୍ସବ ଓ ଜିଲ୍ଲାର ସମସ୍ତ ନାଗରିକ ଏଥିରେ ସକ୍ରିୟ ଭାଗ ନେଇ ଏହାକୁ ସଫଳ କରିବାକୁ ସେ ଆହ୍ୱାନ କରିଥିଲେ । ଉଲ୍ଲେଖନୀୟ ଯେ, ଆସନ୍ତା ୦୧ ରୁ ୦୫ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ନୂଆପଡ଼ାର ନେସନାଲ ମହାବିଦ୍ୟାଳୟ ପଡ଼ିଆଠାରେ ମାରାଗୁଡ଼ା ଲୋକମହୋତ୍ସବ, ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା ଓ ବୌଦ୍ଧିକ ଚର୍ଚ୍ଚା ଆୟୋଜିତ ହେବ । ଏହି ମହୋତ୍ସବ ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ନୂଆପଡ଼ା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ।
ଏହି ମହୋତ୍ସବରେ ଜିଲ୍ଲାର ଲୋକସଂସ୍କୃତି, ପରମ୍ପରା ଓ ସ୍ଥାନୀୟ କଳାକାରଙ୍କ ପ୍ରତିଭା ପ୍ରଦର୍ଶିତ ହେବା ସହିତ ବିଭିନ୍ନ ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଏବଂ ରଙ୍ଗାରଙ୍ଗ ଷ୍ଟାର୍ ନାଇଟ୍ ଆୟୋଜିତ ହେବ ।

Post a Comment

0 Comments

Please Select Embedded Mode To show the Comment System.*

3/related/default