ଭୋଜିରେ ଗଣ୍ଡଗୋଳ ଘଟଣା: ୨ ଗିରଫ

ଆଜତକ ଓଡ଼ିଶା
0

ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଜରେଲପଦର ଗ୍ରାମରେ ଭୋଜିଭାତବେଳେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଆଜି ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ଗାଁର ଡୋଳାମଣି ହେଣ୍ଡା (୨୬) ଓ ମାଧବ ହେଣ୍ଡା(୨୬) । ସୂଚନାଯୋଗ୍ୟ, ଗତକାଲି ଗଣ୍ଟିଗୁଡ଼ା ଗାଁର ଚଉବନ ନାଗ ଜରେଲପଦରରେ ଏକ କୋଣାବରା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଭୋଜିଭାତ ବେଳେ ଚଉବନ ମାଂସ ତରକାରୀ ଲୋକଙ୍କୁ ପରସୁଥିଲେ । ସେହି ସମୟରେ ଜରେଲପଦର ଗାଁର କେତେକ ଲୋକ ଚଉବନ ସହ ଗଣ୍ଡଗୋଳ କରି ରୋଷେଇ ହାଣ୍ଡିରେ ଥିବା ଗରମ ପାଣି ଉପରକୁ ଠେଲି ଦେଇଥିଲେ। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏନେଇ ତାଙ୍କ ଭାଇ ଚିନ୍ତା ନାଗ ଘଟଣାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାରପିଟ୍ କରିଥିବା ପରିବାର ଲୋକେ କହିଛନ୍ତି। ଘଟଣା ପରେ ଗୁରୁତର ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପରିବାର ଲୋକେ ସିନାପାଲି ଥାନାର ଦ୍ବାରସ୍ଥ ହୋଇଥିଲେ। ଆଜି ପୁଲିସ ଘଟଣାର ତଦନ୍ତ ପୂର୍ବକ ଡୋଳାମଣି ଓ ମାଧବକୁ ଗିରଫ କରି କୋର୍ଟଚାଲାଣ କରିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default