ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ଆଜତକ ଓଡ଼ିଶା
0

ବେଲପଡା, ୦୮/୦୩: ବେଲପଡା ବ୍ଲକ ଅନ୍ତର୍ଗତ ପଣ୍ଡରୀଜୋର ପଞ୍ଚାୟତର ୱାର୍ଡ ମେମ୍ବର ରାଜୁ ଖୁରା ମାନବ ସେବାକୁ ଈଶ୍ୱର ସେବା ଭାବରେ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରବିବାର ସକାଳେ ସେ କୁକୁଡାହାଡ଼ ଗ୍ରାମର ଦୁସ୍ଥ କଳାକାର ତ୍ରିନାଥ ଜାଲଙ୍କୁ ଭେଟି ତାଙ୍କୁ ଜଳଖିଆ ଦେବା ସହ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ।
ତ୍ରିନାଥ ଜାଲ ଏହି ଅଞ୍ଚଳର ଜଣେ ପରିଚିତ କବି। ସେ ନିଜେ ପୁସ୍ତକ ପ୍ରକାଶ କରି ରେଳ ଓ ବସ୍ ଷ୍ଟାଣ୍ଡରେ ବହି ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି। ବର୍ତ୍ତମାନ ବୃଦ୍ଧାବସ୍ଥାରେ ଭତ୍ତା ହିଁ ତାଙ୍କର ଏକମାତ୍ର ସାହାରା। ତାଙ୍କୁ ଭେଟିବା ପରେ ଶ୍ରୀ ଖୁରା ନିଜ ବାଇକରେ କୁକୁଡାହାଡ଼ ଗାଁ ପର୍ଯ୍ୟନ୍ତ ଛାଡ଼ି ଆସିଥିଲେ।

ଜଣେ ଜନପ୍ରତିନିଧି ଭାବେ ଶ୍ରୀ ଖୁରା ଏହି ଅଞ୍ଚଳରେ ବେଶ ପରିଚିତ। ସେ ସଦା ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୨ ଜଣଙ୍କ ପାଇଁ ଭତ୍ତାର ବ୍ୟବସ୍ଥା କରିଥିବା ସୂଚନା ମିଳିଛି। ଏହି କାର୍ଯ୍ୟ ପାଇଁ ସେ ଅଞ୍ଚଳବାସୀଙ୍କ ମଧ୍ୟରେ ଲୋକପ୍ରିୟତା ଲାଭ କରିଛନ୍ତି।

ଆମ ପ୍ରତିନିଧିଙ୍କୁ ସାକ୍ଷାତକାର ଦେଇ ଶ୍ରୀ ଖୁରା କହିଛନ୍ତି, ଯେ କେବେ କାହାରି ଅସୁବିଧା ହେଲେ ତାଙ୍କ ମୋବାଇଲ ନମ୍ବର ୯୭୭୭୭୯୬୪୦୪ ରେ ଯୋଗାଯୋଗ କଲେ ସେ ସମ୍ଭବ ସାହାଯ୍ୟ କରିବେ।

Post a Comment

0 Comments

Please Select Embedded Mode To show the Comment System.*

3/related/default