ବଜାଜ କମ୍ପାନୀର ଇଲେକ୍ଟ୍ରି ଯାନ ବ୍ୟବହାର କରି ପରିବେଶ ପ୍ରଦୋଷଣକୁ ରୋକିବା ଲାଗି ସଚେତନତା କର୍ମଶାଳା

ଆଜତକ ଓଡ଼ିଶା
0

ବଜାଜ୍ ରିକି ତିନିଚକିଆ ଯାନ ଜଳେଶ୍ବର ବଜାରରେ ପ୍ରବେଶ


ଜଳେଶ୍ୱର : ଆଜି ଜାତୀୟ ରାଜପଥ ନିକଟସ୍ଥ ମଂଜୁ ପ୍ଲାଜାରେ ବଜାଜ କମ୍ପାନୀ ପକ୍ଷର ଇଲେକ୍ଟ୍ରି ଯାନ ବ୍ୟବହାର କରି ପରିବେଶ ପ୍ରଦୋଷଣ ରୋକିବାଲାଗି ଶ୍ରୀ ଭାରତ ମଟର୍ସ ପକ୍ଷରୁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବହୁ ମାତ୍ରାରେ ଡିଜେଲ, ପେଟ୍ରୋଲ ଇନ୍ଧନ ବ୍ୟବହାର କରି ଯାନବାହନ ଚଳାଚଳ କରୁଥିବାରୁ ବାୟୁମଣ୍ଡଳ ପ୍ରଦୋଷଣ ବଢୁଥିବା ଓ ମଧ୍ୟପ୍ରାଚରେ ଯୁଦ୍ଧ ଲାଗି ରହିଥିବାରୁ ତୈଳ ଓ ଗ୍ୟାସ ଆମଦାନୀରେ ବାଧକ ସୃଷ୍ଟି ହେଉଥିବାରୁ ଇଲେକ୍ଟ୍ରି ଯାନ ବ୍ୟବହାର କରିବାକୁ ଅଧିକାରୀମାନେ ଆହ୍ୱାନ ଦେଇଥିଲେ । ଏଥିପାଇଁ ସରକାରଙ୍କ ପକ୍ଷରୁ ସବ୍‌ସିଡି ଯୋଗାଇ ପ୍ରତ୍ସାହନ ଯୋଗାଉଥିବା କହିଛନ୍ତି । ଏହି ଅବସରରେ ବଜାଜ ରିକି ତିନିଚକିଆ ଯାନର ଉଦ୍‌ଘାଟନ କରାଯାଇଥିବା ବେଳେ ଶ୍ରୀ ଭାରତ ମଟର୍ସ ସିଇଓ ଅଶୋକ ପଟ୍ଟନାୟକ, ଅନନ୍ତ ପଦ୍ମନାଭ, ମନୋଜ ସାହୁ, ଚନ୍ଦନ ମହାପାତ୍ର, ନିତେଶ ଭାଟିଆ, ଭୁପେଶ ପ୍ରଧାନ, ଚେତନ କୁମାର, ରାହୁଲ ମାଝି, ସୂରଜ କୁମାର ଦାସ, ଆଲୋକ କୁମାର କଭି, ଅର୍ପିତା ପ୍ରିୟଦର୍ଶନୀ ସିଂ, ମ୍ୟାନେଜର ଲସ ମୁର୍ମୁ ପ୍ରମୁଖ ଯୋଗଦେଇ ବଜାଜ ରିକି ତିନିଚକିଆ ଯାନ ବ୍ୟବହାର ଫଳରେ ବାୟୁମଣ୍ଡଳ ପ୍ରଦୋଷଣ ରୋକାଯିବା ସହିତ ଚାଳକମାନେ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default