ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଆଜତକ ଓଡ଼ିଶା
0

ଝରିଗାଁ : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଳକ  ବେଳଗାଁ ପଞ୍ଚାୟତର ମହଣ୍ଡି ଗ୍ରାମରେ । ସୂଚନା ପ୍ରକାରେ ମହଣ୍ଡି ଗ୍ରାମର ପଳସ ରାମ ଗୌଡ଼ (55) ଗୁରୁବାର ଦିନ ଭୋର ସକାଳୁ ଉଠି ମହୁଳ ସଂଗ୍ରହ ପାଇଁ ନିଜ ଜମିକୁ ଯାଇଥିଲେ । ହେଲେ ଗଛମୂଳେ ପହଂଚିବା ପରେ ଦୁଇଟା ଭାଲୁ ଅତର୍କିତ ଭାବେ ପଳସ ରାମକୁ ଆକ୍ରମଣ କରିଥିଲେ । ରାମ ଚିତ୍କାର କରିବାରୁ ଆଖପାଖ ମହୁଲ ଗଛରେ ଥିବା ଲୋକେ ଦୌଡ଼ି ଆସି ଲହୁଲୋହାଣ ଅବସ୍ଥାରେ ପଳସ ରାମକୁ ଉଦ୍ଧାର କରି ଝରିଗାଁ ଡାକ୍ତରଖାନାରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ପଳସ ରାମର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି।

ଝରିଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ 
ଓଡିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default